ads

Breaking News

ଗ୍ରୀଷ୍ମ ପ୍ରବାହ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ


ସମ୍ବଲପୁର, ----ସମ୍ବଲପୁର ଜିଲ୍ଲାର ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନାର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଚଳିତ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ସହିତ ଚଳିତ ମାର୍ଚ୍ଚ ଠାରୁ ଜୁନ୍ ମାସ ମଧ୍ୟରେ ଅଂଶୁଘାତର ମୁକାବିଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଚେତନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସେ ନେଇ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ସଜାଗ ରହି ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି।ଯେହେତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆରଏସ, ଆବଶ୍ୟକୀୟ ଔଷଧ ମଜୁଦ ରଖିବା ସହିତ ସଜାଗ ରହିବାକୁ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ କହିଥିଲେ । ସେହିପରି ସମସ୍ତ ଗ୍ରାମାଞ୍ଚଳ, ଏନ୍ଏସି ଓ ସମସ୍ତ ବ୍ଲକ ପକ୍ଷରୁ ବିଭିନ୍ନ ଛକ ଜାଗାରେ ଜଳଛତ୍ର ଖୋଲିବା, ଖରାପ ଥିବା ନଳକୂଅକୁ ଜରୁରୀକାଳୀନ ମଧ୍ୟରେ ମରାମତି କରିବାକୁ କୁହାଯାଇଛି l ବିଶେଷ କରି ସହର ଜନବହୁଳ ଅଞ୍ଚଳ ସ୍ଥାୟୀ ପାନୀୟଜଳର ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଆଶାକର୍ମୀ,ଅଙ୍ଗନବାଡି କର୍ମୀ,ସ୍ୱେଛାସେବୀ ଓ ପଞ୍ଚାୟତରାଜ ସଦସ୍ୟମାନଙ୍କୁ ସାମିଲ କରି ଅଂଶୁଘାତର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ । ଗ୍ରୀଷ୍ମଦିନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପଶୁ ପକ୍ଷୀମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ମଧ୍ୟାହ୍ନରେ ବାହାରେ ବୁଲିବା ସମୟରେ ପାଣି ବୋତଲ,ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ବ୍ୟାପକ ସଚେତନ କରାଇବାକୁ ଆଲୋଚନା ହୋଇଥିଲା।  ପାନୀୟଜଳ ସଙ୍କଟ ଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ଭ୍ରାମ୍ୟମାଣ ଟ୍ୟାଙ୍କର ଦ୍ୱାରା ପିଇବା ପାଣିର ସୁବ୍ୟବସ୍ଥା କରିବା, ଗ୍ରୀଷ୍ମପ୍ରବାହକୁ ଦେଖି ଶିକ୍ଷାନୁଷ୍ଠାନଗୁଡିକର ସମୟ ପରିବର୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ କରାଯିବ।
ଅଂଶୁଘାତର ସଫଳ ମୁକାବିଲା ପାଇଁ ପ୍ରତି ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ କାର୍ଯ୍ୟାଳୟରେ ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 
 ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ(ଓ.ପ୍ର.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି (ଭା.ପ୍ର.ସେ), ସମ୍ବଲପୁର ବନଖଣ୍ଡଅଧିକାରୀ ଶ୍ରୀ ସୂଦର୍ଶନ ଗୋପୀନାଥ ଜାଧବ(ଭା.ବ.ସେ), କୁଚିଣ୍ଡା ଉପ-ଜିଲ୍ଲାପାଳ ଶ୍ରୀ ସର୍ବନାମ, ରେଢାଖୋଲ ଉପ-ଜିଲ୍ଲାପାଳ ଶ୍ରୀ ରଶ୍ମୀରଞ୍ଜନ ମହାନ୍ତ,  ଆଇଏଏସ ପ୍ରୋବେଶ୍ନର ଶୁଭ୍ରା ପଣ୍ଡା,  ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମସ୍ତ ଲାଇନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୧୩/୩/୨୦୨୬---୮,୨୫ Sakhigopal News,13/3/2026

ads

Blog Archive

Popular Posts