ବାଲିଗୁଡା ଡିଏଫଓଙ୍କର ବନାଗ୍ନୀ ନିରାକରଣ ନେଇ ପ୍ରସ୍ତୁତ ବୈଠକ
ବାଲିଗୁଡା, -- ବନାଗ୍ନି ଦାଉ ରୁ ଖରା ଦିନରେ ଜଙ୍ଗଲ ସୁରକ୍ଷା ନେଇ ବାଲିଗୁଡା ବନଖଣ୍ଡ ବିଭାଗ ପକ୍ଷରୁ ପ୍ରସ୍ତୁତି ସମ୍ପର୍କ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ। ବାଲିଗୁଡା ବନଖଣ୍ଡରେ ଅନ୍ତର୍ଗତ ୭ଟି ବନାଞ୍ଚଳର ୧୩୯୪ କିମି ପରିମିତ ଜଙ୍ଗଲ ବନାଗ୍ନୀ ଲାଗୁଥିବା ରେକର୍ଡ କରାଯାଇଛି | ଖରା ଦିନେ ଅସାବଧାନତା ବଶତ୍ବ ନିଆଁ ଲାଗିବା ଯୋଗୁଁ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନାଗ୍ନି ରୋକିବା ପଦକ୍ଷେପ ସୁରୂପ ବନଖଣ୍ଡର କର୍ମଚାରୀ ମାନେ ଦିନରାତି କାର୍ଯ୍ୟ କରୁଛନ୍ତି।ଜଙ୍ଗଲରେ ନିଆଁ ଲାଗିଲେ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ସମେତ ଗୁଳ୍ମ ନଷ୍ଟ ହୋଇ ଯାଉଛି| ଯାହାଦ୍ୱାରା ପରିବେଶ ପ୍ରଭାବିତ ହୋଇ କ୍ଷତି ଘଟୁଛି |ଏବଂ ଜଙ୍ଗଲ ନିଆଁ ଲଗାଇଲେ ବନ ବିଭାଗ ପକ୍ଷରୁ ଦଣ୍ଡବିଧାନ ରହିଛି ତାକୁ ନେଇ ବିଭିନ୍ନ ସ୍ଥାନରେ ଜନ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ବୈଠକ କରାଯିବା ସହ ପଥପ୍ରାନ୍ତ ନାଟକ କରାଯାଉଛି। ନିଆଁ ଲିଭାଇବା ପାଇଁ ବନବିଭାଗ ପକ୍ଷରୁ ୨୦ଟି ଗାଡି ରହିଛି, ଓ ୭ଶହ କର୍ମଚାରୀ ନିୟୋଜିତ ହୋଇ ଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ସମେତ ବାଲିଗୁଡା ଏସ୍ସିଏଫ୍ ମନୋରଞ୍ଜନ ବାଘ, ବାଲିଗୁଡା ରେଞ୍ଜର ଡି . ସୁଭାଷ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୪/୩/୨୦୨୬---୬,୩୫ Sakhigopal News,14/3/2026
