ads

Breaking News

ଓଡିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଉଦଯାପିତ



ଜଟଣୀ :--ଓଡିଶା ଦୋଳ ମେଳଣ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଶ୍ରୀ ଶ୍ରୀ ପଶ୍ଚିମା ଶମ୍ଭୁ ସୋମନାଥ ଦେବଙ୍କ ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଉଦଯାପିତ ହୋଇଯାଇଅଛି l ସ୍ଥାନାଧିପତି ପଶ୍ଚିମା ଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ଗତ ୦୮ ତାରିଖ ରବିବାର ମଧ୍ୟରାତ୍ରରେ ସୁଶୋଭିତ ବିମାନରେ ମନ୍ଦିର ପଶ୍ଚିମ ଦ୍ୱାର ଦେଇ ବାହାରି ସାଙ୍ଗରେ ଶ୍ରୀ ଗୋପାଳଜୀ ଓ ଶ୍ରୀ ବାଳମୁକୁନ୍ଦ ଦେବଙ୍କୁ ନେଇ ବାଜାବାଣ ରୋଷଣୀ ସହ ଭକ୍ତଙ୍କ ଗ୍ରହଣରେ ମେଳଣ ପଡିଆ ଅଭିମୁଖେ ଯାତ୍ରା କରିଥିଲେ l ସ୍ଥାନାଧିପତି ସୋମନାଥ ଦେବ ପ୍ରଥମେ ଖୁଣ୍ଟି ଲାଗି ହେବାପରେ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ୮୫ ଟି ଠାକୁର ମାନେ ବିବାନ ସହ ଖୁଣ୍ଟି ଲାଗି ହୋଇଥିଲେ l ବିମାନରେ ଠାକୁରଙ୍କ ଦର୍ଶନ ଲାଗି ପୁଷ୍ପ, ଫଗୁ ଅର୍ପଣ ପୂର୍ବକ ଆଶ୍ରିବାଦ ନିମନ୍ତେ ୫ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l ରୀତିନୀତି ଅନୁଯାଇ ୧୨ ତାରିଖ ଗୁରୁବାର ଅପରାହ୍ନରେ ଗୋଧୂଳି ଲଗ୍ନରେ ଦିଅଁ ମେଳଣ ହୋଇ ନିମନ୍ତ୍ରିତ ହୋଇ ଆସିଥିବା ଠାକୁର ମାନେ ସୁସଜ୍ଜିତ ବିମାନରେ ନିଜ ନିଜ ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ l ପଞ୍ଚୁଦୋଳ ମେଳଣ ପରିଚାଳନା କମିଟି, ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ମେଳଣ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଉଛି । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୩/୨୦୨୬---୯,୨୫ Sakhigopal News,13/3/2026

ads

Blog Archive

Popular Posts