କାଜୁ ଜଙ୍ଗଲରୁ ଝୁଲନ୍ତା ଶବ ଉଦ୍ଧାର
ଜଟଣୀ : --- ସ୍ଥାନୀୟ କୁଦିଆରୀ ଗ୍ରାମ ମହତାବ ନଗର ପଛ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛନ୍ତି । ମୃତ ବ୍ୟକ୍ତିଙ୍କ ବୟସ ଆନୁମାନିକ ୫୮ ବର୍ଷ ହେବ ବୋଲି ଯାହା ପୋଲିସ୍ ଅନୁମାନ କରିଛି l ମୃତକଙ୍କ ଦେହରେ ଲାଲ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାକୁ ନେଇ ଜଟଣୀ ପୋଲିସ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ କହିଛନ୍ତି । ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଯଦି କେହି ବ୍ୟକ୍ତି ତାଙ୍କର ପରିଚୟ ଜାଣିଥାନ୍ତି ତା ହେଲେ ତୁରନ୍ତ ପାଖ ପୋଲିସ କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୬/୩/୨୦୨୬----୫,୨୦ Sakhigopal News,16/3/2026
