ads

Breaking News

୫ ପଞ୍ଚାୟତକୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ,ମହିଳା ସଶକ୍ତ ହେଲେ ଦେଶ ହେବ ସମୃଦ୍ଧ


ସମ୍ବଲପୁର, ----:ଯୁଯୁମୁରା ବ୍ଲକର ଜୟନ୍ତପୁର, କବରାପାଲି, ଝାଙ୍କରପାଲି, ବିରସିଂଗଡ଼ ଓ ବାହାମ ପଞ୍ଚାୟତକୁ ନେଇ ପଧାନପାଲି କଲ୍ୟାଣମଣ୍ଡପ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି(ଏଫଇଏସ) ବାହାମ ଗ୍ରାମ ପଞ୍ଚାୟତ ସହଯୋଗରେ ଆୟୋଜିତ ସଭାରେ ସଦର ଥାନାର ଅଧିକାରୀ ଅନିତା ପାଟନିଆ,ଯୁଯୁମୁରା ଏବିଡ଼ିଓ ପ୍ରଜ୍ଞା ପାଣିଗ୍ରାହୀ, ଓଡିଶା ଜୀବିକା ମିଶନର ଡିପିଏମ ସଞ୍ଜୟ କୁମାର ମହାପାତ୍ର,ଯୁଯୁମୁରା ସିଡିପିଓ ମିନତୀ ଦାଶ, ବାହାମ ସରପଞ୍ଚ ସରସ୍ବତୀ ଭୁସାଗର, କବରାପାଲି ସମିତିସଭ୍ୟା ବନିତା ଓରାମ,ବିଏଓ ଅନ୍ବେଷା ଦଳବେହେରା,ଏଏଓ ସୁନୀତା ନାଏକ,ବାଲ୍ୟ ବିଭାହ ଜିଲ୍ଲା ସଂଯୋଜିକା ସୁନୀତା ତ୍ରିପାଠୀ ଓ ଏଫଇଏସ ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ସାହୁ ଏମବିକେ ଦିପ୍ତୀରାଣୀ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରିଵା ସହ ମହିଳା ମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବ ବୋଲି ଅବିହିତ କରିଥଲେ।ଏଫଇଏସ ର ଜିଲ୍ଲା ତାଲିମଦାତା ଲୀନାରାଣୀ ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ମହିଳା ବିକାଶ ନେଇ ନିଜର ନିଜର ଅବିଭାଷଣ ରଖିଥିଲେ।
ଏହି ଅବସରରେ ଜୈବିକ କୃଷି କ୍ଷେତ୍ରରେ ନିଜର ପରାକାଷ୍ଠା ପାଇଁ ଅଞ୍ଚଳର ୧୦ ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସମସ୍ତ ପଞ୍ଚାୟତର ସିଆରପି, ଏମବିକେ, କୃଷିମିତ୍ର, ପ୍ରାଣୀମିତ୍ର,ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ସାଦରଣ ଜନତା ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୯/୩/୨୦୨୬----୮,୩୫ Sakhigopal News,9/3/2026

ads

Blog Archive

Popular Posts