ପୁରାତନ ସ୍କୁଲ ଗୃହ ଭଙ୍ଗା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ଗ୍ରାମବାସୀ
ଜଟଣୀ :-ଅସୁରକ୍ଷିତ ବାଛରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ l ସୂଚନା ମୁତାବକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୧୨ ଟି ଗୃହ ରହିଅଛି, ତନ୍ମଧ୍ୟରୁ ୧ ଗୋଟି ବିଦ୍ୟାଳୟ କାର୍ଯ୍ୟାଳୟ ଓ ୧୦ ଗୋଟି ନୂତନ ଓ ପୁରାତନ ଶ୍ରେଣୀଗୃହ ରହିଅଛି l ତାହା ମଧ୍ୟ ଯଥେଷ୍ଟ ନୁହଁ l ବିଦ୍ୟାଳୟରେ ଅଭିଜ୍ଞ ଶିକ୍ଷକଙ୍କ ଅଭାବ, ପାନୀୟ ଜଳ ସମସ୍ୟା, ଛାତ୍ରଛାତ୍ରୀଙ୍କ ଶୌଚାଳୟ, ସମ୍ପୂର୍ଣ୍ଣ ସୁରକ୍ଷା ପାଚେରୀ ଭଳି ଅନେକ ସମସ୍ୟା ଥାଇ ମଧ୍ୟ ଗ୍ରାମର କିଛି କୁଚକ୍ରୀ ବ୍ୟକ୍ତି ଏବଂ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଅସାଧୁ ବ୍ୟକ୍ତି ମିଳିତ ଭାବେ ବେଆଇନ ରୂପେ ବିଦ୍ୟାଳୟର ପୁରାତନ ଶ୍ରେଣୀ ଗୃହକୁ ଭାଙ୍ଗି ବିଦ୍ୟାଳୟ ସଲଗ୍ନ ମେଳଣ ପଡିଆରେ ମିଶାଇବାର ଯୋଜନା କରିଛନ୍ତି । ବିଦ୍ୟାଳୟର ସୁରକ୍ଷା ପାଚେରୀ ଏବଂ ବାରଣ୍ଡା ଭଙ୍ଗା ଯିବାର ଘଟଣାକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଉକ୍ତ ଘଟଣା ଦୈନିକ ଖବର କାଗଜରେ ପ୍ରକାଶ ପାଇଥିଲା l କିନ୍ତୁ ଦୁଃଖର ବିଷୟ ଗତ ତା ୦୫/୦୩/୨୬ ରିଖ ରାତିରେ ଦୁର୍ବୁତ୍ତ ମାନେ ଜେସିବି ସାହାଯ୍ୟରେ ପୁରାତନ ୪ ଗୋଟି ଶ୍ରେଣୀଗୃହକୁ ସମ୍ପୂର୍ଣ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ l ଏହି ଘଟଣାକୁ ନେଇ ବାଛରା ଗ୍ରାମର ଗ୍ରାମବାସୀ ଓ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଦୁଃଖ ପ୍ରକାଶ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି । ଉକ୍ତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଜିଲ୍ଲାପାଳ ନିକଟରେ ଏକ ଅଭିଯୋଗ ପ୍ରଦାନ କରିଛନ୍ତି l ଯଦି ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଘଟଣାରେ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ଓ ସ୍କୁଲର ଧନଜୀବନ ପ୍ରତି ସୁରକ୍ଷା ନ ଦିଆଯାଏ ତେବେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନ୍ୟାଳୟର ଆଶ୍ରୟ ନେବେ ବୋଲି ଲିଖିତ ଅଭିଯୋଗରେ ସୂଚିତ କରିଛନ୍ତି l ଏହାର ଏକକିତା ନକଲ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ତହସିଲଦାର, ପୌରନିର୍ବାହୀ ଅଧିକାରୀ ଏବଂ ଜଟଣୀ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୩/୨୦୨୬----୫,୧୫ Sakhigopal News,15/3/2026
