ads

Breaking News

ଶ୍ରୀରାମ ବାଟିକାରେ ଅଖଣ୍ଡ ଚବିଶି ପ୍ରହରୀ ନାମ ଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ



ସମ୍ବଲପୁର---:ସିନ୍ଦୁରପଙ୍କ  କେନଘାଟି ସ୍ଥିତ ଶ୍ରୀରାମ ବାଟିକା ରେ  ଅନୁଷ୍ଠିତ ଅଖଣ୍ଡ ଚବିଶି ପ୍ରହରୀ  ନାମ ଯଜ୍ଞ ସ୍ଥଳୀ କୁ ଆସିଥିବ ସମସ୍ତ ସାଧୁସନ୍ଥ ସମଲେଶ୍ୱରୀ ଦର୍ଶନ କରିଛନ୍ତି। ଦର୍ଶନ ପରେ ସମସ୍ତ ସାଧୁସନ୍ଥ ମନ୍ଦିର ପରିକ୍ରମା କରିଥିଲେ । ଦର୍ଶନ ଓ ପରିକ୍ରମା ପରେ ପ୍ରାୟ ଦୁଇଶହ ସାଧୁ ସନ୍ଥ ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ବାଟରେ ପାଟମେଶ୍ୱରି  ଓ ବାଲିବନ୍ଧା ଶିବ ମନ୍ଦିର ଦର୍ଶନ କରିଥିଲେ। ଦୂର ଦୂରାନ୍ତ ରୁ ଆସିଥିବା ନାଗାବାବା, ମହନ୍ତ ଙ୍କ ଆଶୀର୍ବାଦ ନେବାକୁ ରାସ୍ତା କଡ଼ରେ ଅଟକି ରହିଥିଲେ ପଡ଼ାବାସୀ । ରାସ୍ତା ସାରା ଝୋଟି ଚିତା ସହ ପୂର୍ଣ୍ଣ କଳସ ରଖି ଆସିଥିବା ସାଧୁସନ୍ଥ ଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ । ଡୁମେରମାଳ କୁନ୍ତରା ସ୍ଥିତ ଋଷିକୂଲ୍ୟ ବେଦ ବିଦ୍ୟାଳୟ ର ଶତାଧିକ ବିଦ୍ୟାର୍ଥୀ ଙ୍କ ବେଦ ପାଠ ମଧ୍ୟରେ  ସାଧୁ ସନ୍ଥ ଙ୍କ ଚାଲି ଚାଲି  ପରିକ୍ରମା ଦୃଶ୍ୟ ସୃଷ୍ଟି କରିଥିଲା ଏକ ଆଧ୍ୟାତ୍ମିକ ପରିବେଶ। ସାଧୁ ସନ୍ଥ ଙ୍କ ଏହି ମହାକୁମ୍ଭ ରେ ଦିଲ୍ଲୀ ର ମହା ମଣ୍ଡଳେଶ୍ୱର ଶ୍ରୀ ଶ୍ରୀ ଏକ ହଜାର ଆଠ ନୱଲ କିଶୋର ଦାସ ଜି ମହାରାଜ, (ଅର୍ନ୍ତରାଷ୍ଟ୍ରୀୟ ରାମ କଥା ପ୍ରଚାର ଖାଲସା) ଯୋଗ ଦେବା ସହ ପଶ୍ଚିମ ଓଡ଼ିଶା ବୈଷ୍ଣବ ମହାସଂଘ ଅଧକ୍ଷ ମହନ୍ତ ଶ୍ରୀ ହୃଷୀକେଶ ଦାସ ଜି ମହାରାଜ, ମଠପାଲି ରାଣୀମଠ ମହନ୍ତ ଶ୍ରୀ ବାସୁଦେବ ଜି ମହାରାଜ, ଶ୍ରୀକ୍ଷେତ୍ର ଚାନ୍ଦପୁର ମଠ ମହନ୍ତ ଶ୍ରୀ ରାଧାଚରଣ ଜି ମହାରାଜ, ମହନ୍ତ ସେକ୍ରେଟାରୀ ନାଗା ବାବା ଶ୍ରୀ ରଘୁବିର ଦାସ ମହାରାଜ, ମଧ୍ୟପ୍ରଦେଶ ଛତରପୁର ନାଗାବାବା ରାଜେଶ ପୁରୀ ଜି, ଚମ୍ବଲ ପିଠାଧିସ୍ୱର ଶ୍ରୀ ସୁନ୍ଦର ଦାସ ଜି ମହାରାଜ , ଋଷିକୁଳ ଆଶ୍ରମ ର ଜୀବନ ବାବା  ଭକ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶ୍ରୀରାମ ବାଟିକା ଚବିଶି ପ୍ରହରୀ ନାମଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି ସାଧୁସନ୍ଥ ଶୋଭାଯାତ୍ରାକୁ  ମନଭରି ଉପଭୋଗ କରିଥିଲେ ସହରବାସି।  ରବିବାର ସଂଧ୍ୟାରେ ଶ୍ରୀରାମ ବାଟିକା ଯଜ୍ଞସ୍ଥଳି ନିକଟରେ ଆସିଥିବା ସମସ୍ତ ସାଧୁ, ମହନ୍ତ, ନାଗାବାବା , ବ୍ରାହ୍ମଣ ଆଦିଙ୍କୁ "ସେବା ଓ ସମ୍ମାନ" କରାଯିବ। ଶ୍ରୀରାମ ବାଟିକା ନାମାଯଜ୍ଞ ଅବସରରେ ସାଧୁ ସନ୍ଥ ସେବା ସୃଷ୍ଟି କରିଛି ଏକ ଅନନ୍ୟ ପରମ୍ପରା ବୋଲି କହିଛନ୍ତି ନାମଯଜ୍ଞ ଆୟୋଜନ କମିଟି ମୁଖ୍ୟ ସିଦ୍ଧାର୍ଥ ସାହା। ଶ୍ରୀରାମ ବାଟିକା ଯଜ୍ଞସ୍ଥଳୀ ରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସାଧୁ, ମହନ୍ତ, ନାଗାବାବା ଅବସ୍ଥାନ କରିବେ।
 "ବିଶ୍ଵ ଶାନ୍ତି ଓ ଜଗତ କଲ୍ୟାଣ" ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଖଣ୍ଡ ନାମ ଯଜ୍ଞ ରେ ନିଜକୁ ସାମିଲ କରାଇ ଭଗବତ ଆନନ୍ଦ ପ୍ରାପ୍ତି ହେବା ସହ ସମ୍ବଲପୁର ବାସୀ ଙ୍କ ସ୍ନେହ ଶ୍ରଦ୍ଧା କୁ ଭୁଲି ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀ ର ମହା ମଣ୍ଡଳେଶ୍ଵର ଶ୍ରୀ ଶ୍ରୀ ନୱଲ କିଶୋର ଦାସ ମହାରାଜ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୧୫/୩/୨୦୨୬---୫,୧୫ Sakhigopal News,15/3/2026

ads

Blog Archive

Popular Posts