ସମ୍ବଲପୁରର ସମଲେଶ୍ବରୀ ପୀଠ ପରିସରରେ ନିଆଁ
ବରଗଡ଼ --ଏକ ଦୁଃଖଦ ଘଟଣା କ୍ରମରେ ସମ୍ବଲପୁରର ସମଲେଶ୍ବରୀ ପୀଠ ପରିସରରେ ନିଆଁ ଲାଗିଥିଲା।ମନ୍ଦିର ପରିସରରେ ଥିବା ଦୋକାନରେ ଦିନ ପାଖାପାଖି ୧୧ଟାରେ ନିଆଁ ଲାଗି କେତେକ ଦୋକାନ ପୋଡିଯାଇଛି।ନିଆଁ ଲାଗିବା ଯୋଗୁଁ ଲୋକେ ଭୟଭୀତ ହୋଇଯାଇଥିଲେ।କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।ମା ସମଲେଶ୍ବରୀ ମନ୍ଦିର ପରିସରରେ ନିଆଁ ଲାଗିବା ସହ ଆଉ ଏକ ଦୁଃଖ ଦାୟକ ଖବର ମଧ୍ୟ ଲୋକଙ୍କୁ ଭୟଭୀତ କରିଛି।ସମ୍ବଲପୁର ଅଞ୍ଚଳକୁ କରୋନା ମାଡି ଆସି ଜଣକର ପଜିଟିବ ବାହାରିଥିବା ଜଣା ପଡ଼ିଛି।ଗୋଟିଏ ଦିନରେ ମା ଙ୍କ ବିଜେସ୍ଥଳୀ ପରିସରରେ ନିଆଁ ଲାଗିବା ସହିତ କରୋନା ସଂକ୍ରମଣ ବାହାରିବା ଘଟଣା ଏବେ ଭୟର ଆତଙ୍କ ଖେଳାଇ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି।
ନବୀନ ଦାଶଙ୍କ ରିପୋର୍ଟ

