ads

Breaking News

ଭାର୍ଗବୀ ନଦୀବନ୍ଧ ସ୍ଥିତି ସମୀକ୍ଷା କଲେ ଜଳସମ୍ପଦ ସଚ୍ଚିବ ; ଖୁସି ମତ ପ୍ରକାଶ କଲେ


 ସାକ୍ଷୀଗୋପାଳ-------ପୁରୀ ଜିଲ୍ଲାର ଭାର୍ଗବୀ ନଦୀର ଉଭୟ ପାଶ୍ୱର୍ ବନ୍ଧର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କଲେ ବୁଧବାର ଜଳ ସମ୍ପଦ ବିଭାଗର ପ୍ରନ୍ସିପାଲ ସେକ୍ରେଯେରୀ ଅନୁ ଗର୍ଗ ଓ ଅନ୍ୟ ଅଧିକାରୀ ମାନେ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ନଦୀ ବନ୍ଧର ଉଭୟ ପାଶ୍ୱର୍ରେ ଥିବା ଦୁର୍ବଳ ସ୍ଥାନ ଗୁଡିକ ପ୍ରିନ୍ସିପାଲ ସେକ୍ରେଟାରୀ  ଓ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ୟୋତିମୟ ରଥ, ମହାନଦୀର ବନ୍ୟା ନିୟ୍‌ନ୍ତ୍ରଣ ପରିଚାଳକ ଇଂ, ସୁଶାନ୍ତ ରଥ, ଇଂ. ଲଡୁକିଶୋର ସାବତ, ପୁରୀ ଜିଲାପାଳ ବଳୱନ୍ତ ସିଂଙ୍କ ସହିତ ଇଂ. ଯୁଗଳ କିଶୋର ତ୍ରିପାଠୀ, ଚିଫ କନଷ୍ଠ୍ରକସନ ନିର୍ବାହୀଯନ୍ତ୍ରୀ କାନପୁର ଇଂମହେନ୍ଦ୍ର କୁମାର ଭୂୟାଁ, ପୁରୀ ଡ୍ରେନେଜ ନର୍ବାହୀଯଯନ୍ତ୍ରୀ ଭଗବାନ ଦାଶ, ନିର୍ବାହୀଯନ୍ତ୍ରୀ ଶଶୀ ଭୂଷଣ  ମିଶ୍ର, ଇଂ ବିପିନ ସାହୁ, ପ୍ରାକ୍ତନ ନିର୍ବାହୀଯନ୍ତ୍ରୀ ଇଂ ପ୍ରମୋଦ କୁମାର ରାଉତ, ଇଂ ପ୍ରମୋଦ କୁମାର କୋଦାମସିଂ, ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲିକ, ରଘୁନାଥ ସ୍ୱାଇଁଙ୍କ ସହିତ ସହକାରୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ  ମାନେ ସମୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ଭାର୍ଗବୀ ନଦୀରେ ବନ୍ୟା ଜଳକୁ ସଠିକ ଭାବେ ନିୟନ୍ତ୍ରଣ କରିବା ସହିତ ଜିଲ୍‌ାପାଳ ତଥା ପ୍ରଶାସନର ପଦକ୍ଷେପକୁ ଅଧିକାରୀ ମାନେ ପ୍ରଶଂସା କରିଥିଲେ । କାରଣ ନଦୀ ବନ୍ଧକୁ ନେଇ ଯେଉଁ ଭାବେ ଆଲେଚନା କରାଯାଉଥିଲା ତାହାକୁ ସଠିକ ଭାବେ ପରିଚାଳନା କରିଥିବାରୁ ପୁରୀ ଜିଲାର ସାକ୍ଷୀଗୋପାଳ, ବଳଙ୍ଗା, ପୁରୀ ସଦର ଆଦି ଅଞ୍ଚଳ ବଡ ବିପତିରୁ ଟଳି ଯାଇଛି ବୋଲି ଅଧିକାରୀ ମାନେ କହିଥିଲେ ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts