ads

Breaking News

ହିତାଧିକାରୀ ଚୟନ ରେ ପକ୍ଷ ପାତିତା ଅଭିଯୋଗ


 ଧରାକୋଟ----   ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ସରକାରୀ ଯୋଜନା ହିତାଧିକାରୀ ଚୟନ ରେ ପକ୍ଷ ପାତିତା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକମାନେ । ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ବାର୍ଦ୍ଧକ୍ୟ , ଭିନ୍ନକ୍ଷମ ଭତ୍ତା, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନା, ପାଇଖାନା ନିର୍ମାଣ, ମୋ ଗୁହାଳ ହିତାଧିକାରୀ ଚୟନ ରେ  ଦଳୀୟ ବାଛବିଚାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ଳକ ପ୍ରଶାସନ ନିିରବଦ୍ରଷ୍ଟା ।  ଅଭିଯୋଗ ପ୍ରତି ସରପଞ୍ଚ ସଂଯୁକ୍ତା ଚଣ୍ଡ କରୁନାହାନ୍ତି କର୍ଣ୍ଣପାତ। ସମାଜସେବୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ବୃଦ୍ଧା ବୃଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କରିଛନ୍ତି ବିକ୍ଷୋଭ। ବିଡ଼ିଓ ହଳଧର ଶବର ଙ୍କ ଅନୁପସ୍ଥିତି ରେ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ତ୍ରିନାଥ ଶବର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ  ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ପକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ବିଡ଼ିଓ ଦେଇଛନ୍ତି ପ୍ରତିଶ୍ରୁତି।ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ।

ads

Blog Archive

Popular Posts