ads

Breaking News

କୁକୁଡ଼ାଖଣ୍ଡି ବିଡିଓଙ୍କୁ କରୋନା ଯୋଦ୍ଧାରେ ସମ୍ମାନୀତ



  ଧରାକୋଟ-----କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ରଙ୍କୁ କାହ୍ନା ଚାରିଟେବଲ ଟ୍ରଷ୍ଟ(ବ୍ରହ୍ମପୁର)ପକ୍ଷରୁ କରୋନା ଯୋଦ୍ଧାରେ ସମ୍ମାନରେ ସମ୍ମାନିତ କରାଯାଇଛି। ବିଡିଓ ଶ୍ରୀ ପାତ୍ର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ପରିଚିତ ହୋଇ ସମାଜର ବିଭିନ୍ନ ବର୍ଗରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ ପୂର୍ବକ ଜଣେ ଆଦର୍ଶ ବ୍ୟକ୍ତିତ୍ୱର ଉଦାହରଣ ସାଜିଛନ୍ତି ।କରୋନା ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧାର ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।ଏହି ଯୁଦ୍ଧର ସଂଗ୍ରାମ କରୁ କରୁ ନିଜେ କରୋନାର ଶିକାର ହୋଇ ପରବର୍ତ୍ତୀ ସମୟରେ କରୋନାକୁ ହରାଇ ବିଜୟୀ ଲାଭ କରି ପୁଣି କର୍ମଭୂମିରେ ଯୋଗ ଦେଇ ଜଣେ ନିଷ୍ଠା ଓ କାର୍ଯ୍ୟ ଦକ୍ଷତାର ବଳିଷ୍ଠ ପ୍ରମାଣ ମିଳିପାରିଛି । ସେହିଭଳି କଳା ସଂସ୍କୃତି ଓ ସାହିତ୍ୟର ବାର୍ତ୍ତାବହ ଭାବେ ବିଡିଓ ଶ୍ରୀ ପାତ୍ର ବେଶ ପରିଚିତ ଅଟନ୍ତି ।ସେ ଜଣେ ସରଳ ଓ ମିଷ୍ଟଭାସୀ ମଣିଷ ସହିତ ଜଣେ ଅଭିନେତା ମଧ୍ୟ ଅଟନ୍ତି ।ଏଥିସହିତ କବି,  ଗାଳ୍ପିକ, ଗୀତିକାର ଓ କାହାଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟର ଅଧିକାରୀ ଅଟନ୍ତି । ସେଥିପାଇଁ 
କାହ୍ନା ଚାରିଟେବଲ ଟ୍ରଷ୍ଟ(ବ୍ରହ୍ମପୁର)ପକ୍ଷରୁ ବିଡିଓ ଶ୍ରୀ ପାତ୍ରଙ୍କୁ କରୋନା ଯୋଦ୍ଧାରେ ସମ୍ମାନୀତ କରାଯାଇଛି ।ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ରଂଜନା ମିଶ୍ର, ସଭାପତି ପ୍ରଣବ କୁମାର ପଣ୍ଡା, ଉପ ପ୍ରତିଷ୍ଠାତା ବିଷ୍ଣୁ ପ୍ରିୟା ପାଢୀ, ଟ୍ରଷ୍ଟର ସଂପାଦକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

ads

Blog Archive

Popular Posts