ads

Breaking News

ପରମାନନ୍ଦପୁର ଗ୍ରାମରେହନୁମାନ ବିଗ୍ରହ ପ୍ରତିଷ୍ଠା


ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ବାଲିଆ ପଞ୍ଚାୟତ ପରମାନନ୍ଦପୁର ଗ୍ରାମରେ ପ୍ରଭୁ ଶ୍ରୀରାମ ଭକ୍ତ ବଜ୍ରରଙ୍ଗବାଲି ଶ୍ରୀହନୁମାନ ଜୀଉ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ଗ୍ରାମରେ ହନୁମାନ ଜୀଉ ମନ୍ଦିର ନଥିବାରୁ ଭକ୍ତମାନେ ଦର୍ଶନ କରିବା ପାଇଁ ଦୂରଦୁରାନ୍ତକୁ ଯାଇ ଦର୍ଶନ କରିବା ସହିତ ପୂଜା ଅର୍ଚ୍ଚନା କରୁଥିଲେ। ନିଜ ଗ୍ରାମରେ ହନୁମାନ ଜୀଉ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ ଚେଷ୍ଠା କରି ସଫଳ ହୋଇଛନ୍ତି ଗ୍ରାମବାସି। ଯାଜପୁର ଜିଲ୍ଲା ବଜ୍ରରଙ୍ଗ ଦଳ ସହଯୋଗରେ ଭକ୍ତ ମାନଙ୍କ ଉପସ୍ଥିତି ଓ ଯଥା ବିଧି ଅନୁଯାଇ ପୂଜା,ଅର୍ଚ୍ଚନା କରି ବିଗ୍ରହ ପ୍ରତିଷ୍ଠା କରାଯାଇଛି। ବିଗ୍ରହ ପ୍ରତିଷ୍ଠା ପରେ ଗ୍ରାମବାସୀଙ୍କୁ ପକ୍ଷରୁ କମିଟି ଗଠନ କରାଯାଇଛି। ଏହି ବୈଠକରେ ବଜ୍ରରଙ୍ଗ ଦଳର  ଜିଲ୍ଲା ସହ ସଂଯୋଜକ ଚନ୍ଦ୍ରକାନ୍ତ କର,ଚିତ ରଂଜନ ପରିଡ଼ା ଓ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ସର୍ବ ସମ୍ମତିକ୍ରମେ ଏକ ବଡ଼ ମୃତ୍ତି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି  । ବୈଠକରେ ସଭାପତିତ୍ୱ କରୁଥିଲେ ବିଶିଷ୍ଠ ଶିକ୍ଷା ବିତ ରାଧାକାନ୍ତ ସାହୁ ।
ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts