ads

Breaking News

କୋରାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

  


ସାକ୍ଷୀଗୋପାଳ-----ରୀ ଜିଲ୍ଲାର କଣାସ ବ୍ଳକର ଅଁଳାଯୋଡି ଉପର ସାହିର କୋରା ବେହେରା( ୬୦) । ଦୁଇ ପୁଅ ଓ ସ୍ତ୍ରୀଙ୍କୁ ନେଇ କୋରାଙ୍କର ପରିବାର । ବେଶହସ ଖୁସରେ ଚାଲୁଥିଲା  ପରିବାର । ଦୁଇ ପୁଅ ଜିତୁ ଓ ମିଟୁ ସ୍କୁଲକୁ ଯାଉଥିଲେ ।  ଛଅ ବର୍ଷ ହେଲା ଅଜଣା ରୋଗରେ ପଡିଲେ ସେମାନେ ଘରେ ପଡି ରହିଛନ୍ତି । ଏକମାତ୍ର କୋରା ରୋଜଗାର କ୍ଷମଥିଲେ । ଗାଁ ଲୋକଙ୍କ ଗାଇ ଜଗି ମାସକୁ ଯାହାପାଉଥିଲେ ସେଥିରେ ପରିବାର କଷ୍ଟେମଷ୍ଟେ ଚଳୁଥିଲେ ।  ଏବେ କୋରାଙ୍କର ଗୋଟିଏ ଗୋଡ ଫାଇଲେରିଆ ରୋଗରେ ଆକ୍ରନ୍ତ ହେବାରୁ ସେ ଘରେ ପଡି ରହିଛନ୍ତି । ତାଙ୍କ ଗୋଡ ଏବେ ପାଚି ଗଲାଣି । ତାଙ୍କରଚିକିତ୍ସା ପାଇଁ ଦୁଇଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହୁଥିବା ସେ କହନ୍ତି । ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ପିପିଲି ଶୋଭାଚାରିଟେବୁଲ ଟ୍ରଷ୍ଟର ସଂଯୋଜିକା ନୀଳାଦ୍ରି ପ୍ରସାଦ ରାୟ, ଟ୍ରଷ୍ଟର ସଦସ୍ୟ ଗଦାଧର ପରିଡା, ସାମାଜିକକର୍ମୀ ସୁଶୀଳ ସାହୁ, ସାକ୍ଷୀଗୋପାଳ ଡାକ୍ତର ପ୍ରିତମ ବାଗ, ଅମର ଶତପଥୀ, ବିଶ୍ୱଜିତି ପରିଡା, ସାମ୍ବାଦିକ ପୂର୍ଣ୍ଣାନନ୍ଦ ତ୍ରିପାଠୀ ପ୍ରମୁଖ ଅଁଳାଯୋଡି ଗ୍ରାମରେ କୋରା ଙ୍କ ଘରେ ପହଞ୍ଚି କିଛି ଖାଦ୍ୟ ସାମଗ୍ରୀ, ମେଡିସିନ, ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଥିବାର ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts