ads

Breaking News

ବିଦ୍ୟୁତ ବିଲ ବୃଦ୍ଧିକୁ ବିରୋଧ


  ଭୁବନେଶ୍ୱର ---- ସାରା ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟରେ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବୃଦ୍ଧି କରିଛନ୍ତି। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁହେବ। ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି।ଏହା ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର OERC ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।କରୋନା ରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ ବିଲ ବୃଦ୍ଧି ଲୋକ ମାନଙ୍କୁ ଅଧିକ କଷ୍ଟ ଦେବ । ତେଣୁ ଏହି ନିଷ୍ପତ୍ତି  ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।  ଭୁବନେଶ୍ୱରୁ ଅଭିଜିତ ସେନାପତି

ads

Blog Archive

Popular Posts