ads

Breaking News

ଧର୍ମଗଡ ବ୍ଲକ ପରିସରରେ ଆଧାର କାର୍ଡ ସଂଶୋଧନ ଆଳରେ ଚାଲିଛି ଦୁର୍ନୀତି


କଳାହାଣ୍ଡି-- ଧର୍ମଗଡ ବ୍ଲକ ଅଫିସ୍ ପରିସରରେ  ଏକ ବେସରକାରୀ ସଂସ୍ଥା ଲୋକ ଙ୍କ  ଆଧାର କାର୍ଡ ସଂଶୋଧନ ଆଳରେ ହଜାର ହଜାର ଟଙ୍କା ଲୁଟି ନେଉଥିବା ଅଭିଯୋଗ ହେଉଛି । ସରକାରୀ ସ୍ତରରେ ୩୦ ରୁ ୫୦ ଟଙ୍କା ଆଧାର କାର୍ଡ ସଂଶୋଧନ ବାବଦରେ ମୂଲ୍ୟ ଥିବା ବେଳେ ଏହି ବେସରକାରୀ ସଂସ୍ଥା ଲୋକ ଙ୍କ ଠାରୁ ୩୦୦ ସହ ରୁ ୫୦୦ ‌ଶହ ଟଙ୍କା ନେଉଥିବା ଲୋକମାନେ ଅଭିଯୋଗ କରନ୍ତି। ଅନ୍ୟପଟେ ଏହି କାରବାର ରେ ସରକାରୀ ପ୍ରଶାସନ ଙ୍କ ହାତ ଥିବା ସାଧାରଣ ରେ ଚର୍ଚା ହେଉଛି । ସୂଚନା ଯେ,ଲୋକେ ଦୂର ଦୁରାନ୍ତରୁ ଆସି ଘଣ୍ଟା ଘଣ୍ଟା ଧାଡି ବାନ୍ଧି ଠିଆ ହୋଇଥିବା ବେଳ ଅନ୍ୟପଟେ ସମ୍ପୃକ୍ତ ବେସରକାରୀ ସଂସ୍ଥା ଏହାର ଭରପୁର ଫାଇଦା ଉଠାଉଛନ୍ତି। ଲୋକ ଙ୍କୁ  ଖୋଲାମ ଖୋଲା ଭାବେ ଟଙ୍କା ମାଗୁଥିବା ବେଳେ ନ ଦେଲେ ଆଧାର କାର୍ଡ ହୋଇପାରିବ ନାହିଁ ବୋଲି କହୁଥିବା ଅଭିଯୋଗ ମାନ ହେଉଛି । ବର୍ତ୍ତମାନ ପରିପେକ୍ଷିରେ ଆଧାର କାର୍ଡ ବିନା କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି। ଯାହା ଫଳରେ ସାଧାରଣ ଲୋକ କାମ ଧନ୍ଦା ଛାଡି ଆଧାର କାର୍ଡ ପାଇଁ ଲମ୍ବା ଲାଇନ ରେ  ଦିନ ତମାମ  ରହିଥିବା ଓ ଅନ୍ୟପକ୍ଷେ ଆର୍ଥିକ ବୋଝ ରେ ଲୋକେ ଅସହ୍ୟ ହୋଇପଡିଲେଣି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଲୋକଙ୍କ ଦାବି ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗାଙ୍କ ରିପୋର୍ଟ

ads

Blog Archive

Popular Posts