ads

Breaking News

ବରଗଡ଼ରେ କୃଷି ବିଲ୍‌କୁ ନେଇ ରାସ୍ତାରେ ଗର୍ଜିଲେ ଚାଷୀ..


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ସରକାରଙ୍କ ବୈମାତୃକ ମନୋଭାବ ଓ କୃଷି ବିଲ୍‌କୁ ନେଇ ସାରାଦେଶରେ ବିରୋଧର ସ୍ବର ବୃଦ୍ଧି ପାଇବାକୁ ଲାଗିଛି ।  ବରଗଡ଼ ଜିଲ୍ଲାରେ ଏବେ ବିରୋଧର ନିଆଁ ବଢ଼ିବାରେ ଲାଗିଛି।
ଯଦ୍ୱାରା ଆଜି ଶୁକ୍ରବାର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରୁ ଚାଷୀ ପ୍ରତିନିଧିମାନେ ସଂଗଠିତ ହୋଇ ବରଗଡ଼ ଗାନ୍ଧୀଛକରେ ରାସ୍ତାକୁ ଓହ୍ଲାଇଛନ୍ତି।ସରକାରଙ୍କ ଏହି କୃଷି ବିଲ୍‌ ଦ୍ବାରା ଚାଷୀ ଜଟିଳ ରୁ ଜଟିଳ ସମସ୍ୟାରେ ଛନ୍ଦି ହେବା ସହ କୃଷିକ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ ଓ ଚାଷୀକୂଳ ପୂର୍ବାପେକ୍ଷା ଅଧିକ ଶୋଷିତ ହେବେ ବୋଲି ଚାଷୀ ପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି।ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ଚାଷିକୂଳ ସରକାରଙ୍କୁ ଜବାବ୍ ମାଗିବା ସହ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ,ଜୟ କିଶାନ , ସୁଶୀଲ ସାହୁ,ରମେଶ ମହାପାତ୍ର,ହର ବଣିଆ,ବିରଞ୍ଚି ମହାକୁଡ଼,ବାଳ କିଶୋର ଛତର, ସିତାରାମ ମେହେର ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

ads

Blog Archive

Popular Posts