ads

Breaking News

ଖଇରା ବ୍ଲକ ରକ୍ତ ତୀର୍ଥ ତୁରିଗଢିଆ ୭୮ତମ ସହିଦ ଦିବସ ପାଳିତ ହୋଇଯାଇଛି


  ବାଲେଶ୍ଵର----ଖଇରା ବ୍ଲକ ରକ୍ତ ତୀର୍ଥ ତୁରିଗଢିଆ 78 ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସରକାରଙ୍କର କୋଭିଡ-19 ନିୟମ ପାଳନ କରାଯାଇ ସ୍ମୃତିସଭା ଆୟୋଜିତ  କରାଯାଇଥିଲା ।  ସହିଦ ରଘୁ, କେଳୁ,ମକରଙ୍କ ଉଦ୍ଧେଶ୍ୟରେ ସହିଦ ଗ୍ରାମ ସଂକୀର୍ତ୍ତନ ଓ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥିଲା । ଅନୁଷ୍ଠିତ ସାଧାରଣ ସଭାରେ ଗଗନଧୂଳି ପଞ୍ଚାୟତର କାର୍ଯ୍ୟରତ ଆଶା, ଅଙ୍ଗନବାଡି କର୍ମୀ ତୁରିଗଢିଆ ମେଡିକାଲର ଆୟୁଷ ଡାକ୍ତର ତୃପ୍ତି ମୟୀ ସେନାପତି, ଫାର୍ମାସିଷ୍ଟ ଦୀପକ କୁମାର ରାଉତ, ମହିଳା ସ୍ୱାସ୍ଥ୍ୟ କର୍ମୀ ବିଜୟାଲଷ୍ମୀ ପଣ୍ଡା, ଅନିତା ମଲ୍ଲିକ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରତିକାନ୍ତ ମହାନ୍ତି, ସାମ୍ବାଦିକ କିଶୋର କୁମାର ବେହେରାଙ୍କୁ କୋଭିଡ ଯୋଦ୍ଧା ଭାବରେ ମାନପତ୍ର ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସହିଦ ସ୍ମାରକ ଜନକଲ୍ୟାଣ ପରିଷଦର ସଭାପତି ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ,ସମ୍ପାଦକ କରୁଣାକର ଜେନା, ସମିତି ସଭ୍ୟ ମନୋଜ କୁମାର ରାଉତ ଓ ସହ ସମ୍ପାଦକ ବସନ୍ତ କୁମାର ସାହୁ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସହିଦ ଜନକଲ୍ୟାଣ ପରିଷଦର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।
 କିଶୋର କୁମାର ବେହେରା ,ଖଇରା ବାଲେଶ୍ୱର 

ads

Blog Archive

Popular Posts