ads

Breaking News

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଦୁଇ କୃଷି ବିଲ ପ୍ରତ୍ୟାହାର ଦାବିରେ ଗଣ ଆନ୍ଦୋଳନ


ବରୀ -କେନ୍ଦ୍ର ସରକାରଙ୍କ ଗୃହୀତ ଦୁଇ କୃଷି  ବିଲକୁ ପ୍ରତ୍ୟାହାର  ବିରୋଧରେ ଅଲ ଇଣ୍ଡିଆ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ବରୀ ବ୍ଳକ ନବ ନିର୍ମାଣ କୃଷକ ସଂଗଠନ ଦୃଢ଼ ସମର୍ଥନ ଦେଇଛନ୍ତି। ଆଜି ବରୀ ତହସିଲ ଫାଟକ ନିକଟରେ ଯାଜପୁର ଜିଲ୍ଲା କମିଟି ସଭ୍ୟ ପ୍ରଶାନ୍ତ ବେହୁରା ଙ୍କ ସ୍ୱଭାପତିତ୍ଵରେ ସଭାରେ ବରୀ ନବ ନିର୍ମାଣ କୃଷକ ସଂଗଠନ ସଂଯୋଜକ ମାଧବ ଶାନ୍ତି କେନ୍ଦ୍ର ସରକାରଙ୍କ ଗୃହୀତ ବିଲକୁ ତୀବ୍ର ବିରୋଧ କରିବା ସହିତ ବିକ୍ଷୋଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଲ୍ଲବ ଜେନା,ଅଜୟ ରଥ,ପଦ୍ମନାଭ କର,ଶ୍ରୀଧର ସାମଲ, ନୀଳମଣି ସାମଲ,ସୁଧୀର ବିଶ୍ବାଳ,ଦଶରଥ ସାମଲ,ଜଳଧର ଦାସ,ସିତାମଣୀ ଦେଓ,ନୃସିଂହ ପ୍ରଧାନ,ବଜ଼ଉଦେଵ ଶାନ୍ତି,ଅରୁଣ ସାମଲ,କ୍ଷୀରୋଦ ବେହେରା ପ୍ରମୂଖ ଉପସ୍ଥିତ ଥିଲେ।

ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts