ads

Breaking News

ହୁଈଳଚେୟାର ପାଇ ଖୁସି ହେଲେ ଆୟୁସ୍ମିତା


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-   ଷବରଗଡ଼ ଜିଲ୍ଲା ଭେଡେନ ବ୍ଲକର ସୁନାଲରମ୍ଭା ପଞ୍ଚାୟତର କୁମରା ପାଲି ଗ୍ରାମକୁ ଯାଇ ବ୍ଲକ ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ ଆୟୁସ୍ମିତା ବଢ଼େଇ ପିତା ଆନନ୍ଦ ବଢ଼େଇଙ୍କୁ ଏକ ହୁଈଳ ଚେୟାର ପ୍ରଦାନ କରିଛନ୍ତି।ଏହି ସମୟରେ ଭେଡେନ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ,ପିଇଓ  ସରୋଜ ନନ୍ଦ,ବି ଏସ୍ ଏସ୍ ଓ ଚିନ୍ତାମଣି ମେହେର,ରତନ ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ।ଆୟୁସ୍ମିତା ବଢ଼େଇ ବ୍ଲକ ପ୍ରଶାସନ ତଥା ଉପାଧ୍ୟକ୍ଷାଙ୍କୁ ଧନ୍ୟବାଦ ଅର୍ପଣ ସହ ହୁଇଲ ଚେୟାର ପାଇଥିବାରୁ ଖୁସି ପ୍ରକଟ କରିଥିଲେ। ତାଙ୍କର ପିତା ଆନନ୍ଦ ବଢ଼େଇ ବ୍ଲକ ପ୍ରଶାସନ ଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍

ads

Blog Archive

Popular Posts