କୃଷ୍ଣପୁର ନିକଟରେ ବିପଦଶଙ୍କୁଳ କେନାଲ ପୋଲ, ଯାତାୟାତରେ ବାଧା
କଳାହାଣ୍ଡି --- କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦିନକୁ ଦିନ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି। ମୁଖ୍ୟକେନାଲ ରେ ନାମକୁ ମାତ୍ର ଅମରି ସଫା କରାଯାଇଛି । କିନ୍ତୁ ଶାଖା କେନାଲ ଗୁଡିକ ସଫା କରାଯାଉ ନଥିବା ଜଣସାଧାରଣ ଅଭିଯୋଗ କରିଛନ୍ତି । କେନାଲ ଜଳସେଚନ କୁ ସଠିକ ଭାବେ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇଥିଲେହେଁ, ବିଭାଗୀୟ ବେପରୁଆ ମନୋଭାବ ଓ ପାଣିପାଞ୍ଚାୟତ ଗୁଡିକର ପ୍ରିୟାପ୍ରୀତି ତୋଷଣ ମନୋଭାବ ଯୋଗୁଁ ଚାଷୀ ମାନଙ୍କ ସମସ୍ୟା ବୃଦ୍ଧି ପାଉଛି ବୋଲି ଲୋକମାନେ କହନ୍ତି ।ଭତ୍ରା ଜୋରର ଡାହାଣ ସବମାଇନର କେନାଲ ଏକନାଗୁଡା,ରଣପୁର, ତୁଳସୀପାଳି,କୁପା ଗାଁ,କୃଷ୍ଣପୁର,ମେରିଆବନ୍ଦଲି,ଦେଇ ଜୁନାଗଡ଼ ପର୍ଯ୍ୟନ୍ତ ଯାଇଛି।କୃଷ୍ଣପୁର ଗ୍ରାମ ସମ୍ମୁଖରେ ଥିବା କେନାଲ ପୋଲ ଭାଙ୍ଗିବା ଅବସ୍ଥାରେ ରହିଛି ।ଗାଁ ପଟକୁ ପୋଲ-ରାସ୍ତା ମଝିରେ ମାଟି ଓ ପୋଲର ଅଂଶ ଭାଙ୍ଗି ଯାଇଥିଲା ବେଳେ, ମରାମତି ଅବା ନୂତନ ନିର୍ମାଣ ନ ହେବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।ମୁଖ୍ୟ ରାସ୍ତାରୁ ଏହି ପୋଲ ଦେଇ କୃଷ୍ଣପୁର କୁ ସିଧା ରାସ୍ତା ଥିବା ବେଳେ ଚାରି ଚକିଆ ଯାନବାହନ ଚଳାଚଳ ସ୍ବାଭାବିକ ହେଇ ପାରୁନାହିଁ।ଗ୍ରାମବାସୀ ତଥା ଅଞ୍ଚଳ ବାସୀ ଏ ବିଷୟରେ ଭିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି । କେଉଁ ସମୟରେ ଅଘଟଣ ଘଟିବ କେହି କହିପାରିବେ ନାହିଁ । ଦୁର୍ଘଟଣା ଘଟିବା ଆଗରୁ ଜିଲ୍ଲାପାଳ ନଜର ଦେବାକୁ ସାଧାରଣରେ ଦାବି ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ



