ads

Breaking News

ଆଦର ମଣି ବରାଳ ଆଉ ନାହାନ୍ତି


ଖୋର୍ଦ୍ଧା ----  ଅଧ୍ୟାପିକା ତଥା ସମାଜସେବୀ ଏବଂ  ଭୁବନେଶ୍ୱର  ରମାଦେବୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପିକା, ଭୀମ ଟାଙ୍ଗୀ ରେ ଥିବା ପି କ କ ର ସଭାପତି,ଖୋର୍ଦ୍ଧା ରୋଟାରୀ କ୍ଲବ ର ସଭ୍ୟା , ଗୁରୁଜୁଙ୍ଗ ଶିଶୁ ବିହାର ର ସମ୍ପାଦକ ଏବଂ ବିଭିନ୍ନ  ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ଆଦର ମଣି ବରାଳ ଙ୍କ ଗତ କାଲି ରାତି ରେ ବିୟୋଗ ହୋଇଯାଇଛି । ସ୍ବର୍ଗତା ବରାଳ ଭୁବନେଶ୍ୱର ଥିବା ନିଜ ସାନ ଝିଅ ଘରେ ଥିଲେ।ରାତି ୧୧ ଟା ୩୦ ରେ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ନେବା ସମୟରେ ତାଙ୍କର ପ୍ରାଣ ବାୟୁ ଚାଲି ଯାଇ ଥିଲା।  ତାଙ୍କ  ମର ଶରୀର କୁ ଖୋର୍ଦ୍ଧା ବାସ ଭବନକୁ ଅଣାଯାଇ ଥିଲା ।ସେଠାରେ ରାଜ ନୈତିକ ନେତା ,ବରିଷ୍ଠ ନାଗରିକ ,ଶିକ୍ଷାବିତ୍ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ମର ଶରୀର କୁ ଶେଷ ଦର୍ଶନ କରିଥିଲେ ।ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ଆକାଶ ବରାଳ,ସାନପୁଅ ଆଭାସ ବରାଳ ଦୁଇ ପୂତବଧୁ ସାନ ଝିଅ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରା ଯାଇଥିଲା । ବଡ଼ ପୁଅ ଆକାଶ ବରାଳ ମୁଖଗ୍ନି ଦେଇଥିଲେ ।
ପ୍ରଭାତ ମିଶ୍ର ଖୋର୍ଦ୍ଧା

ads

Blog Archive

Popular Posts