ads

Breaking News

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା


ବରୀ- ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅଲ୍ଲିପୁରସ୍ଥିତ  ବ୍ରଜବନ୍ଧୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ  ଶିକ୍ଷକ ଓ  ସହକାରୀ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟି ସମ୍ବର୍ଦ୍ଧନା ସଭା ଆଜି  ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅଲ୍ଲିପୁର ପଞ୍ଚାୟତର ସରପଞ୍ଚ ବିରେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳ ମୁଖ୍ୟ ବକ୍ତା ଭାବେ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବ ପ୍ରାସାଦ ସାମଲ , ମୁଖ୍ୟ ଅତିଥି ଭାବରେ ଓଷ୍ଠାର ଯାଜପୁର ଜିଲ୍ଲା ସଭାପତି ନିର୍ମଳ କୁମାର ସାମଲ ଓ ବହୁ ଶିକ୍ଷାବିତ ଯୋଗ ଦାନ କରି ଉଭୟଙ୍କର ଅମାୟଙ୍କ ବ୍ୟବହାର, ଗୁଣାତ୍ମକ ଶିକ୍ଷାଦାନ ନିଜ ପିଲା ମାନଙ୍କ ଭଳି ଛାତ୍ର ଓ ଛାତ୍ରୀମାନଙ୍କୁ ସ୍ନେହଶ୍ରଦ୍ଧା କରୁଥିବାରୁ ପ୍ରଂଶସା କରିଥିଲେ। ପୁରାତନ ଛାତ୍ର ଦିଲ୍ଲୀପ ନାୟକ ଅବସର ନେଉଥିବା ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥଶର୍ମା ଓ ସହକାରୀ ଶିକ୍ଷୟତ୍ରୀ ବୈଜୟନ୍ତ୍ରୀ ଆଚାର୍ଯ୍ୟଙ୍କ ପାଇଁ ଉଦ୍ଧିଷ୍ଟ ମାନପତ୍ର ପାଠ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ମାନପତ୍ର,ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଉଭୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କୋଭିଡ-୧୯ ନିୟମ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts