ads

Breaking News

ପୂର୍ବ ଶତ୍ରୁତାକୁ ନେଇ ୫ବର୍ଷିୟ ବାଳିକାର ଗଳା କାଟି ହତ୍ୟା ଉଦ୍ୟମ


କଳାହାଣ୍ଡି---ପୂର୍ବ ଶତ୍ରତାକୁ ନେଇ ଜଣେ ୫ବର୍ଷିୟ ବାଳିକାର ଗଳା କାଟି ହତ୍ୟା ଉଦ୍ୟମ ଘଟଣା ଏବେ ଜିଲ୍ଲାରେ ଆଲୋଡନ ଖେଳିଯାଇଛି।ସୂଚନା ମତେ ଜୁନାଗଡ ଥାନା ଅନ୍ତର୍ଗତ ମାଲଗୁଣ୍ଡ୍ ଗ୍ରାମର ଦଶରଥ ରଣା ଙ୍କ ୫ବର୍ଷିୟ ଝିଅ ହେମାଙ୍ଗିନୀ ଗତ ଶୁକ୍ରବାର ଦିନ ସଂଧ୍ୟା ସମୟରେ ଖେଳୁଥିଲେ।ଏହାର ସୁଯୋଗ ନେଇ ସଂପୃକ୍ତ ଗ୍ରାମର ରାମଲାଲ ରଣା ନାମ୍ନୀ ହେମାଙ୍ଗିନି କୁ ପାଖକୁ ଡାକି ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା ଉଦ୍ୟମ କରିଥିଲେ।ଝିଅ ଟି ଚିତ୍କାର କରିବା ଫଳ ରେ ରାମଲାଲ ଫେରାର ହୋଇଯାଇଥିଲେ।ପରିବାର ଲୋକ ଝିଅଟିକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ପ୍ରଥମେ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ସେଠାରେ ହେମାଙ୍ଗୀନି ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବା ପରେ ଭବାନୀପାଟଣା ଡାକ୍ତରଖାନା ପରେ ବୁର୍ଲା ମେଡିକାଲ୍ କୁ ରେଫର୍ ହୋଇଥିବା ଜଣାପଡିଛି।ଏନେଇ ପରିବାର ଲୋକେ ଜୁନାଗଡ ଥାନାରେ ଏତଲା ଦେଇଥିବା ବେଳେ ଥାନା ରେ କେଶ୍ ନ_୨୭୦/୨୦୨୦ଦଫା ୩୨୬,୩୦୭ଦଫାରେ ମାମଲା ରୁଜୁ କରାଯାଇ ସଂପୃକ୍ତ ଅପରାଧୀ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ଠାରୁ ପ୍ରକାଶ କରିଛନ୍ତି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts