ads

Breaking News

ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଖୋର୍ଦ୍ଧା ଉପଜିଲ୍ଲପାଳ ଙ୍କ ବଡ଼ ବାବୁ

 ଖୋର୍ଦ୍ଧା----- ଖୋର୍ଦ୍ଧ ଜିଲ୍ଲା ର ମୁଖ୍ୟ ହେଉଛି ଜିଲ୍ଲା ପାଳ ଙ୍କ କାଯ୍ୟାଳୟ ଏବଂ ଉପଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ।କିନ୍ତୁ ଖୋଦ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ର ବଡ଼ ବାବୁ ତପନ କୁମାର ନାୟକ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ଖୋର୍ଦ୍ଧା ତହସିଲ ବସନ୍ତ ଗ୍ରାମର ରାଜ ନାୟକ ଜଣେ ଅନୁସୂଚିତ ଜାତିର । ସେ ଜଣେ ସାଧାରଣ ବର୍ଗ ର ଲୋକ କୁ ଜମି ବିକ୍ରି କରିବାପାଇଁ ଖୋର୍ଦ୍ଧା ଉପଜିଲଲାପାଳଙ୍କ କାର୍ଯ୍ୟାଳୟ ରେ ଦରଖାସ୍ତ କରିଥିଲେ । ଜମି ବିକ୍ରି  କରିବା ପାଇଁ ପରିମିସନ୍ ପାଇଁ ବଡ଼ବାବୁ  ତପନ କୁମାର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ।ଯୋଜନା ମୁତାବକ ଆଜି ସନ୍ଧ୍ୟା ରେ ରାଜ ନାୟକ ବଡ଼ବାବୁ ଙ୍କୁ ୨୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବଡ଼ବାବୁଙ୍କ ପାଖରୁ କେମିକାଲ ବୋଳା ଟଙ୍କା ଜବତ କରି ଥିଲେ । 

ପ୍ରଭାତ ମିଶ୍ର ଖୋର୍ଦ୍ଧା

ads

Blog Archive

Popular Posts