ads

Breaking News

ଅଳଗୁମରେ ପାଲା ମାଧ୍ୟମରେ କରୋନା ସଚେତନତା

 ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ପଞ୍ଚୟତର ବିଭିନ୍ନ ଗ୍ରାମରେ ଗାଁ’ କଲ୍ୟାଣ ସମିତି ପକ୍ଷରୁ କୋଭିଡ୍ ପରିଚାଳନା କମିଟି ଦ୍ୱାରା  କରୋନା ନିୟନ୍ତ୍ରଣ ନେଇ ବିଭିନ୍ନ ସଚେତନତା କା ର୍ଯ୍ୟକ୍ରମ କରାଯାଇଛି ।  କରୋନା ନିୟନ୍ତ୍ରଣ ସମ୍ପର୍କରେ ପ୍ରଚାର ପ୍ରସାର କରାଯିବା ସହ ପାଲା ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଅଳଗୁମର ଯୁବ ପାଲାଗାୟକ ପ୍ରତାପ ପ୍ରଧାନ ଓ ତାଙ୍କ ସାଥୀମାନେ ଏଭଳି ପାଲା ପରିବେଷଣ କରି ବାଟୁଳିପଡ଼ା, ମାଳିସାହି, ଜେନାସାହି, ଖଣ୍ଡାୟତସାହି, ଭୋଇସାହି, ବସନ୍ତମାଳ ଆଦି ଗ୍ରାମରେ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମକୁ ସଭାପତି ସବିତା ବିଶ୍ୱାଳ ପରିଚାଳନା କରିଥିବାବେଳେ ପାଲା ପରିବେଷଣ ସମୟରେ ସଭାପତିଙ୍କ ବ୍ୟତୀତ  ଆବାହିକା ନିରଞ୍ଜନା ଦିକ୍ଷିତ୍‌, ସ୍ୱାସ୍ଥ୍ୟକର୍ମୀ ବିଜୟଲକ୍ଷ୍ମୀ ଦାଶ, ଆଶା କର୍ମୀ ବିଦୁଲତା ପ୍ରଧାନ, ବିଷ୍ଣୁପ୍ରିୟା ନାୟକ, ସବିତା ବରାଳ, ଅଙ୍ଗନବାଡ଼ି କର୍ମୀ ସୁଦେଷ୍ଣା ଜେନା, ମମତାରାଣୀ ପରିଡ଼ା, ପୁଷ୍ପଲତା ସାହୁ, ସୌଭାଗିନୀ ନାୟକ, ମାନିନୀ ବିଶ୍ୱାଳ, ଲିଲିମା ସାହୁ, ୱାର୍ଡସଭ୍ୟ ହରିଶ୍ଚନ୍ଦ୍ର ବରାଳ, କମଳିନୀ ସ୍ୱାଇଁ, ସତ୍ୟଭାମା ନାୟକ, ଅନ୍ନପୂର୍ଣ୍ଣା ବେହେରା, ଗଗନ କାଣ୍ଡି, ଜୟଶ୍ରୀ ସିଂହଦେଓ, ଲକ୍ଷ୍ମୀପ୍ରିୟା ପ୍ରଧାନ,  ଲକ୍ଷ୍ମୀପ୍ରିୟା ଜେନା, ଦୀପ୍ତିମୟୀ ପ୍ରଧାନ, ପ୍ରତିମା ବରାଳ, କମଳିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts