ads

Breaking News

ମା ବିରଜାଙ୍କ ରଥଯାତ୍ରା ହେବା ନେଇ ଆଉ ଦୁଇଟି ପୃଥକ ଜନସ୍ୱାର୍ଥ ମାମଲା ଦାୟର


ଯାଜପୁର ଟାଉନ : ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି ବିଭିନ୍ନ ସଂଗଠନ । ପୂର୍ବରୁ ମା ବିରଜା ସେବାୟତ ପରିଷଦ ଏବଂ ଜିଲ୍ଲା ଓକିଲ ସଂଘ ପକ୍ଷରୁ ରଥଯାତ୍ରାକୁ ନେଇ ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା ବେଳେ ଆଜି ଯାଜପୁର ବିରଜା ବାହିନୀ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆଉ ଦୁଇଟି ପୃଥକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦିର ରେ ସେଥିପାଇଁ କୌଣସି ଧର୍ମୀୟ କାର୍ଯ୍ଯକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ଚଳିତ ବର୍ଷ ମାଙ୍କ ଶାରଦୀୟ ଦୂର୍ଗୋତ୍ସବ ମଳ ମାସ ପଡୁଥିବାରୁ ୪୬ ଦିନ ଧରି ଚାଲିବ ।   ମାଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ମାସ ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି ।
ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ବିରଜା ବାହିନୀ,ବିଶ୍ୱହିନ୍ଦୁ ପରିଷଦ ଓ  ବଜରଙ୍ଗ ଦଳ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି । ଏହି ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ମାନ୍ୟବର ଯେଉଁ ସବୁ ସର୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ଉଭୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି ।
 ଯାଜପୁର ରୁ ଶିବ  କେତନ  ମହାନ୍ତି  ଙ୍କ  ରିପୋର୍ଟ

ads

Blog Archive

Popular Posts