ads

Breaking News

ସତ୍ୟବାଦୀ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ ପାଳନ


 ସାକ୍ଷୀଗୋପାଳ -----କେନ୍ଦ୍ର ସରକାର ଜନ ବିରୋଧ ୀ, ଚାଷୀ ବିରୋଧୀ   ଅଧ୍ୟାଦେଶ ଗୁଡିକ ଯେଉଁଭଳି ଆଇନରେ ପରିଣତ କରାଗଲା ତୁରନ୍ତ ତାହାକୁ ପ୍ରତ୍ୟାହାର କରିବା  ଆଦି ସ୍ଳୋଗାନ ଦେଇ ପ୍ରତିବାଦ କରାଯାଇଛି । ଭାରତ ବର୍ଷରେ ଥିବା ୨୪ ଗୋଟି କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଶତାଧିକ ଚାଷୀ ମାନେ ଏହି ପ୍ରତିବାସକୁ ସମର୍ଥନ କରି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ସରକାରଙ୍କ ଉଦ୍ଧ୍ୟେଶରେ ଏକ ଦାବିପତ୍ର ସତ୍ୟବାଦୀ ବିଡିଓଙ୍କୁ ଦିଆଯାଇଥିଲା । ଏହି ପ୍ରତିବାଦ ସଭା ବ୍ଳକ ଛକ ସ୍ଥିତ ମହାବୀରି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।  । ଅନୁଷ୍ଠିତ ପ୍ରତିବାଦ ସଭାରେ  ନବ ନିର୍ମାଣ କୃଷକ ସଂଗଠନ  ରାଜ୍ୟ କମିଟି ସଭ୍ୟ ଗୋବିନ୍ଦ୍ର ମହାପାତ୍ର ନେତୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷିକ ସଂଗଠନର ଆବାହକ ତପନ ଉପାଧ୍ୟାୟ, ମନୋରଞ୍ଜନ ମିଶ୍ରଗୋପାଳ ଚନ୍ଦ୍ର ସାହୁ, ନବ ନିର୍ମାଣ କୃଷକ ସଂଗଠନର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତି ଶରତ ଚନ୍ଦ୍ର ପ୍ରଧାନ, ବସନ୍ତ ପ୍ରଧାନ, ଲକ୍ଷ୍ମୀପିୟା ପ୍ରଧାନ, ବିଷ୍ଣପ୍ରିୟାରଥ ପ୍ରମୁଖ ଯୋଗଦେଇଥିଲେ ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts