ads

Breaking News

ଖବର ପ୍ରକାଶ ପାଇବାପରେ , ଅଧ୍ଯକ୍ଷଙ୍କ ଫେସବୁକ୍ ଆଇଡି ରୁ ଡିଲିଟ୍ ହେଲା ଫଟୋ



ଓଡ଼ଗାଁ:- ଓଡ଼ଗାଁ ବ୍ଳକ୍ ଅଧ୍ଯକ୍ଷ ଲୋକନାଥ ସାହୁ ଶନିବାର ଭଗବତୀ ପ୍ରସାଦ ଗ୍ରାମର ବିଜୁ ଜନତା ଦଳ ର କର୍ମୀଙ୍କ ସହ ଛିଡାହୋଇ ଏକ ଫଟୋ ନିଜ ଫେସବୁକ ଆଇଡି ରେ ଅପଲୋଡ଼ କରିଥିଲେ। ସେହି ଫଟୋ ମଧ୍ୟରେ ବିଜେଡି କର୍ମୀଙ୍କ ମଧ୍ଯରୁ ଥିଲା ଡି. ଦୁଃଖା ପାତ୍ର। ଯିଏକି ଜଣେ କୁଖ୍ଯାତ ଡକାୟତ ତଥା ଦୁର୍ଦ୍ଦାନ୍ତ ଅପରାଧୀ। ହତ୍ୟା ଓ ଚୋରି ଆଦି ଏକାଧିକ ମାମଲା ତା ନାଁରେ ରହିଛି। ଏବଂ ବହୁବାର ପୋଲିସ୍ ତାକୁ ଗିରଫ କରିଥିଲେ ସୁଦ୍ଧା ଶାସକ ଦଳର ଛତ୍ରଛାୟା ତଳେ ସେ ଗୋପନ ହୋଇ ରହୁଛି। 
ଏନେଇ ଗତକାଲି ଖବର ପ୍ରକାଶ ପାଇଥିଲା ଯେ, " ଡକାୟତ ସହ ଅଧ୍ଯକ୍ଷଙ୍କ ଫଟୋ ଭାଇରାଲ, ବିରୋଧୀଙ୍କ କଡା ସମାଲୋଚ଼ନା ହୋଇଥିଲେ ବ୍ଲକ ଅଧ୍ୟକ୍ଷ। ଏହାପରେ ଅଧ୍ଯକ୍ଷ ତରବରିଆ ଭାବେ ନିଜ ମିଛ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଏବଂ ନିଜକୁ ଭଲ ଦର୍ଶାଇବା ପାଇଁ ନିଜ ଫେସବୁକ ଆଇଡି ରୁ ଡକାୟତ ଦୁଃଖା ସହ ରହି ଅପଲୋଡ଼ କରିଥିବା ପୋଷ୍ଟ କୁ ଡିଲିଟ୍ କରିଦେଇଛନ୍ତି। ତେବେ ଗତକାଲି ଦୁଃଖା କୁ ବିଜେଡି କର୍ମୀ ବୋଲି ପରିଚୟ ଦେଇଥିବା ଅଧ୍ଯକ୍ଷ ଆଜି ନିଜର ଭାବମୂର୍ତ୍ତି ରକ୍ଷା ପାଇଁ ଆଜି କରିଥିବା ପୋଷ୍ଟ କୁ ଡିଲିଟ୍ କରିବା ଆପେ ବଞ୍ଚିଲେ ବୋପାର ନାଁ ବୋଲି ବିରୋଧୀ ସମାଲୋଚ଼ନା କରିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୮/୧୨/୨୦୨୩----୮,୪୫ Sakhigopal News,8/12/2023

ads

Blog Archive

Popular Posts