ads

Breaking News

ସାମ୍ବାଦିକ କୀର୍ତ୍ତନ ବିଶ୍ବାଳଙ୍କ ପିତୃ ବିୟୋଗ




 ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ ହିର୍ଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମ୍ୱେରପାଲି ଗ୍ରାମର ସାମ୍ବାଦିକ କୀର୍ତ୍ତନ ବିଶ୍ବାଳଙ୍କ ବାପା ଦେବରାଜ ବିଶ୍ବାଳ(୯୨) ବର୍ଷରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ବିଶ୍ବାଳ ଜଣେ ପରୋପକାରୀ, ମେଳାପି, ମିଷ୍ଟଭାଷୀ, ସହୃଦୟ,ଦୟାଳୁ ବ୍ୟକ୍ତି ଥିଲେ । ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ପୁଅ,ଝିଅ, ନାତି,ନାତୁଣୀ ଉପସ୍ଥିତ ଥିଲେ । ସ୍ବର୍ଗତ ବିଶ୍ବାଳ ଅବିଭକ୍ତ ହିର୍ଲିପାଲି ଗ୍ରାମ ପଞ୍ଚାୟତର ୧୯୭୨ରୁ ୧୯୭୮ମସିହା ପର୍ଯ୍ୟନ୍ତ ୨ଥର ସରପଞ୍ଚ,କାଠଡେରା ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟିର ସଭାପତି,ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ନିଜର ଜମି ଦାନ କରି ନିଜର ମହାନତା ଦେଖାଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧୨/୨୦୨୩----୭,୫୫ Sakhigopal News,23/12/2023

ads

Blog Archive

Popular Posts