ads

Breaking News

ଗୁଆଳିଗୋରଡା ହାଇସ୍କୁଲରେ ସତ୍ଯବାଦୀ ବ୍ଳକର ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କର ସମ୍ମିଳନୀ


ସାକ୍ଷୀଗୋପାଳ ----
   ସତ୍ୟବାଦୀ ବ୍ଲକର ପଚିଶଟି ହାଇସ୍କୁଲର ଦିନିକିଆ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗୁଆଳି ଗୋରଡା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା ମଣ୍ଡଳ ଅଧିକାରୀ ଶ୍ରୀମତି ଭବମ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ରୂପେ ଏବିଇଓ ଶ୍ରୀ କରଣ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ପରେ ଶିକ୍ଷକ ଉମାକାନ୍ତ ମିଶ୍ର ସମ୍ମଳନୀକୁ ସଂଯୋଜନା କରିଥିଲେ। ହାଇସ୍କୁଲର ବିଭିନ୍ନ କ୍ଲବ ଆକ୍ଟିଭିଟ୍‌ ଏବଂ ହାଉସ ସିସ୍ଟମ ଉପରେ ପର୍ଯ୍ୟାପ୍ତ ଭାବେ ଆଲୋଚନା ହୋଇଥିଲା। ସମସ୍ତ ପ୍ରଧାନ ଶିକ୍ଷକ ମାନେ ଉକ୍ତ ବିଦ୍ୟାଳୟର ସମସ୍ତ ରେକର୍ଡ ପତ୍ର ଦେଖିଥିଲେ। ତତ୍‌ପରେ ୫ଟି ନିୟମରେ ପରିଚାଳିତ ବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିବା ସହ ବିଜ୍ଞାନଗାର,ଇ-ଲାଇବ୍ରେରି ଆଦି ଦେଖି ଭୁୟସି ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।  ମଠସାହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧୨/୨୦୨୩---୮,୫୫ Sakhigopal News,10/12/2023

ads

Blog Archive

Popular Posts