ads

Breaking News

ଜଟଣୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ଆଲୋଚନା ଚକ୍ର





ଜଟଣୀ-----ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃରାଜୀବ କୁମାର କରଙ୍କ ପୌରହିତ୍ୟରେ ‘ଭାରତରେ ଗଣତାନ୍ତ୍ରିକ ସମାଜବାଦ’ ଶୀର୍ଷକ ଏକ ଆଲୋଚନାଚକ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ କମଳା ନେହେରୁ ମହିଳାମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଅଶୋକ କୁମାର ପ୍ରଧାନ ମୁଖ୍ୟବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମାଜବାଦରପ୍ରାୟଗାତ୍ମକ ଦିଗ ସମ୍ପର୍କରେ ସୂଚନା ଦେଇ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଦିପ ସୁନ୍ଦର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ ଯଥା ଡ଼ି. ରାମ୍ୟକ୍ରିଷ୍ଣ, ଶ୍ରାବଣୀ ବେହେରା, ସୁଭଶ୍ରୀ ସାହୁ, ସତ୍ୟସନ୍ଧାନ ପରିଡ଼ା, ପୁଷ୍ପଲତା ଦାସ, ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା  ପାହାଳ, ଇତିଶ୍ରୀ ସାହୁ, ନଜରାନା ବେଗମ, ସୌଫିଆ ବାନୁ ଓ ସୁପ୍ରିୟା ବେହେରା ଅଂଶଗ୍ରହଣ କରି ସେମାନଙ୍କରସନ୍ଦର୍ଭ ପାଠ କରିଥିଲେ । ଏହି ପରିପେକ୍ଷୀରେ +୩ ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉପସ୍ଥାନ, ତର୍କ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନରେ କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନକରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡଃ ତପନ ମିଶ୍ର, ଅନିଲ କୁମାର ନନ୍ଦ, କାର୍ତିକ ଦାସ, ରଜନୀ କୁମାର ନାୟକ ଯୋଗଦେଇଥିଲେ । ସେମିନାର ସେକ୍ରେଟାରୀ ଡ଼ି. ରାମ୍ୟାକ୍ରିଷ୍ଣ,ବାସୁଦେବ ବାରିକ, ପ୍ରିୟଦର୍ଶିନୀ ସାହାଣୀ, ସତ୍ୟସନ୍ଧାନ ପରିଡ଼ା, କୌଶଲ୍ୟା ପାହାଳ ଏବଂ ରାଜୀବ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସେମିନାର ସେକ୍ରେଟାରୀ ବାସୁଦେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ads

Blog Archive

Popular Posts