ads

Breaking News

ନୂଆ-ଓ, ଯୁବ ଓଡିଶା ଓ ନବିନ ଓଡିଶା ର ଦୁଇଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଯାପିତ


 ବରଗଡ଼ ----- ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ-ଓ, ଯୁବ ଓଡିଶା ଓ ନବିନ ଓଡିଶା ର ଦୁଇଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ର ବାର୍ଷିକୋତ୍ସବ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ।ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଜିଲ୍ଲା ପରିଷଦ( ୨) ସଭ୍ୟ ସତ୍ୟଜିତ ପୁରୋହିତ, ସମ୍ମାନିତ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ରେମଣ୍ଡା ସମିତି ସଭ୍ୟା ପ୍ରତିନିଧି ଦୁର୍ଯ୍ୟୋଧନ ସେଠ, ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ଝସକେତନ ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ଯୁବଶକ୍ତି ଉତ୍ଥାନ ଓ ବିକାଶ ଓଡିଶା, ନବୀନ ଓଡିଶା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ କ୍ରୀଡ଼ା ସଂପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହି ସମୟରେ କ୍ରୀଡ଼ା ଉପଦେଷ୍ଟା ଅଧ୍ୟାପକ ଅଶ୍ଵିନୀ କୁମାର ପାଣିଗ୍ରାହୀ, ଧୃବରାଜ ପୁରୋହିତ, କ୍ରୀଡା ଶିକ୍ଷକ ଅର୍ଜୁନ ପ୍ରଧାନ, ଜନାର୍ଦ୍ଦନ ସାହୁ, ରାଜଲକ୍ଷ୍ମୀ ପ୍ରଧାନ, ବିନୋଦ ବିହାରୀ ବାରିକ, କଳ୍ପନା ଚାନ୍ଦ, ସୁଜିତ ସାହୁ, ରବି ନାରାୟଣ ବଘାର, ଫଣିଦ୍ର ମିରିଗ, ଅର୍ଜୁନ ଦୋରା, ଅନୁପ କୁମାର ଭୋଇ, ବିରଞ୍ଚି ମାହାଣା, ଉମେଶ ରାଉତିଆ, ଶିବ ନାରାୟଣ ସାହୁ, ଅଶୋକ ଖମାରି, ମଧୁମିତା ମହାକୁର, ଶ୍ଵେତା ସାହୁ, ଶ୍ରୁତିରେଖା ପ୍ରଧାନ ଓ ଯୁବରାଜ ପ୍ରଧାନ ଙ୍କ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ରେ ବାଳକ ଓ ବାଳିକା ବିଭାଗରେ ଶ୍ରେଷ୍ଠ ଖେଳାଳି ଭାବେ ସୁମନ୍ତ ମାହାର ଓ ଲିଲିମା ଦରଦମେଘ ପୁରସ୍କୃତ ହୋଇଥିଲେ। ପରିଶେଷରେ ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୨/୨୦୨୩----୮,୫୫ Sakhigopal News,14/12/2023

ads

Blog Archive

Popular Posts