ads

Breaking News

ପିକଅପ୍ ଭ୍ୟାନରେ ଗଞ୍ଜେଇ, ଭାଙ୍ଗ ଚାଲାଣ ; ବହିଃର୍ଜିଲ୍ଲା ଯୁବକଙ୍କୁ କାବୁ କଲା ଓଡ଼ଗାଁ ପୋଲିସ୍


ଓଡ଼ଗାଁ:- ଗଞ୍ଜେଇ ଓ ଭାଙ୍ଗ ଚାଲାଣ ଅଭିଯୋଗ ରେ କନ୍ଧମାଳ ଜିଲ୍ଲାର ଦୁଇ ଯୁବକଙ୍କୁ କାବୁ କରି ଗିରଫ କରିବା ସହ ସେମାନଙ୍କ ଠାରୁ ୧୨କିଲୋ ଗଞ୍ଜେଇ, ୩ଶହକିଲୋ ଭାଙ୍ଗ ଓ ବ୍ୟବହୃତ ପିକଅପ୍ ଭ୍ୟାନ୍ ( ଓଡି ୦୨ସିବି୬୨୮୧) କୁ ଓଡ଼ଗାଁ ପୋଲିସ୍ ଜବତ୍ କରିଛି। ଗିରଫ ଅଭିଯୁକ୍ତ ୨ଜଣ ବାହାର ଜିଲ୍ଲା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଦାମୀଗୁଡା ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ହେଲେ ଶ୍ୟାମସୁନ୍ଦର ନାଇକ(୩୫) , ସୁଶୀଲ୍ ଦେହୁରୀ(୨୩)। 
ଆଜି ସକାଳୁ ତପ୍ତପାଣି ଠାରୁ ଖୋର୍ଦ୍ଧା କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଓଡ଼ଗାଁ ପୋଲିସ୍ ଖବର ପାଇଥିଲା। ଏଥିପାଇଁ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ଙ୍କ ନେତୃତ୍ବରେ ଏସ୍ଆଇ ଚକ୍ରଧର ସିଂ, ଏସ୍ଆଇ ସ୍ୱାଗତ କୁମାର ଦାଶ ପୋଲିସ୍ ଟିମ୍ ସହିତ ଭୁବନେଶ୍ୱର- ଭଞ୍ଜନଗର ରାସ୍ତାର ଓଡ଼ଗାଁ- ରଙ୍ଗଣୀପାଟଣା ରାସ୍ତା ର ହୋଣ୍ଡା ସୋରୁମ୍ ନିକଟରେ ଚଢାଉ କରିଥିଲେ । ସେଠାରୁ ଅଭିଯୁକ୍ତ ୨ଜଣକୁ କାବୁ କରିବାରେ ଓଡ଼ଗାଁ ପୋଲିସ୍ ସଫଳ ହୋଇଥିଲା। ଜବତ୍ ଭାଙ୍ଗର ଆନୁମାନିକ ମୂଲ୍ଯ ୭ଲକ୍ଷ ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଗଞ୍ଜେଇ ର ଆନୁମାନିକ ମୂଲ୍ଯ ୩୦ହଜାର ବୋଲି ସୂଚନା ମିଳିଛି।ଏନେଇ ଓଡ଼ଗାଁ ପୋଲିସ୍ ୨୮୦/୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୮/୧୨/୨୦୨୪---୮,୩୫ Sakhigopal News,8/12/2023%

ads

Blog Archive

Popular Posts