ads

Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଜନ ସଚେତନତା ଶୋଭାଯାତ୍ରା



ଭଞ୍ଜନଗର --- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଜନ ସଚେତନତା ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  ଏହି ସଚେତନତା ଶୋଭାଯାତ୍ରା ରେ ସଡକ ସୁରକ୍ଷା, ନାରୀ ଶିକ୍ଷା, କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହ ଆଦି ଉପରେ ସଚେତନତା କରାଯାଇଥିଲା। ନୂଆଁ - ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧିନରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗତ 15 ଡିସେମ୍ବର ରୁ ଆରମ୍ଭ ହୋଇ ଆସନ୍ତା 23 ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହିବ । ଆଜିର ବିଶାଳ ଶୋଭାଯାତ୍ରା କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ ଉଦ୍ ଘାଟନ କରିଥିଲେ। ନୋଡାଲ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପରିଚାଳନା କରିଥିଲେ । ସମସ୍ତ ଛାତ୍ରୀ ଭଞ୍ଜନଗର ର ବେଲେଶ୍ୱର ମନ୍ଦିର ପରିକ୍ରମା ସଫା କରିବା ସହ ଭଞ୍ଜନଗର ସହର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରା ରେ ପ୍ରେମ ଚାନ୍ଦ ମଲ୍ଲିକ, ସୁପ୍ରଭା ବେହେରା, ଅମୂଲ୍ୟ ଶତପଥୀ, ରଶ୍ମିତା ବେହେରା, ସନ୍ଧ୍ୟା ପ୍ରଧାନ,ହେମଲତା ଭୋଇ, ଶ୍ରୀୟା ପ୍ରଧାନ, ମୋନାଲିସା ସାହୁ, ପୁଷ୍ପା ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ଉର୍ମିଳା ପାଟ୍ଟଯୋଶୀ, ପ୍ରଭାତୀ ମିଶ୍ର, ସସ୍ମିତା ମିଶ୍ର, ସୋନା ରାଓ, ଝରଣା ପରିଛା, ବିରଞ୍ଚି ଆଚାର୍ଯ୍ୟ, ସନ୍ତୋଷ ଆଚରି ଆଦି ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଦେଇଥିଲେ। ପ୍ରାୟ 1000 ରୁ ଉର୍ଦ୍ଧ୍ବ ଛାତ୍ରୀ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୩---୯,୩୫ Sakhigopal News,20/12/2023

ads

Blog Archive

Popular Posts