ads

Breaking News

ଶତାୟୁ ଧର୍ମପରାୟଣା ମହିଳାଙ୍କ ଶ୍ରଦ୍ଧାଞ୍ଜଳି ସଭା

 
ଡେଲାଙ୍ଗ - ପ୍ରହରାଜପୁର ମଙ୍ଗଳା ମନ୍ଦିର ପରିସରରେ ଶତାୟୁ ଧର୍ମ ପରାୟଣା ମହିଳା ଆଶାମଣି ବେହେରାଙ୍କ ଏକାଦଶାହରେ ଆୟୋଜିତ ସତ୍ ସଙ୍ଗ,ଆଧ୍ୟାତ୍ମିକ ସଚେତନଧର୍ମୀ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତା ବେହେରାଙ୍କ ସୁପୁତ୍ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ବେହେରା, ଶିକ୍ଷକ ରାଜକିଶୋର ବେହେରା ,ପ୍ରାକ୍ତନ ସମିତି ସଭ୍ୟ ଲକ୍ଷ୍ମଣ ଦୟଣା,ଡାକ୍ତରୀ ଛାତ୍ର ଭାଗ୍ୟଜ୍ୟୋତି ବେହେରା, ବିଜୟ ବେହେରା,ପ୍ରଭାକର ପରିଡ଼ାଙ୍କ ସମ୍ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସତ୍ ସଙ୍ଗ ଓ ଶ୍ରଦ୍ଧାଞ୍ଜଳି ସଭା ସଂଯୋଜନା  କରିଥିଲେ। ବିଶିଷ୍ଟ ପ୍ରବଚକ ପ୍ରମୋଦ ନାୟକ, ସୁଧୀର ଜେନା, ଦିଲ୍ଲୀପ ସ୍ବାଇଁ, ଜ୍ୟୋତିର୍ବିଦ୍ ସୁମନ୍ତ ମହାପାତ୍ର ,ବିକ୍ରମ ସୁବୁଦ୍ଧି ପ୍ରମୁଖଙ୍କ  ଦ୍ବାରା ଈଶ୍ବରଙ୍କ ବାଣୀ,ରାମ, କୃଷ୍ଣ, ଜଗନ୍ନାଥଙ୍କ ଦିବ୍ୟକଥାମୃତ  ଆଲୋଚନା ସମସ୍ତଙ୍କୁ ବଶୀଭୂତ କରିଥିଲା। ଗାୟକ ହରିହର ଜେନା,ବିଜୟ ସ୍ବାଇଁ, କାଳନ୍ଦୀ ସ୍ବାଇଁ,ଭଗବତ୍ ପ୍ରେମୀ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ ଭାଗବତ ପାଠ କରି ପରିସରକୁ ଭାବମୟ ଓ ଭଗବତ୍ ମୟ କରିଥିଲେ। ଡାକ୍ତର ସଂଗ୍ରାମ କେଶରୀ ପ୍ରଧାନ,ଶିକ୍ଷକ ଅଭୟ ସାହୁ, ଦିଲ୍ଲୀପ ନାୟକ,ପ୍ରଫୁଲ ରଥ ,ଗାୟକ ସାଗର ବଳ, ଈଶ୍ବର ପ୍ରେମୀ ନବକିଶୋର ମିଶ୍ର, ଗୋପାଳ ମହାରଣା,ବାଦ୍ୟକାର ପ୍ରତାପ ପୃଷ୍ଟି ,ରଞ୍ଜନ ପ୍ରମୁଖଙ୍କ ସହ ଅନ୍ୟମାନେ ଏଥିରେ ଯୋଗଦାନ ପୂର୍ବକ ହରି କଥା ହିଁ କଳିକାରର ଶ୍ରେଷ୍ଠ ଅମୃତ ବୋଲି କହିଥିଲେ। ସ୍ବର୍ଗତା ବେହେରାଙ୍କ ପୁତ୍ର ବଧୁ ଶିକ୍ଷୟିତ୍ରୀ ପୁଷ୍ପଲତା ଦେଇ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏଥିରେ ପିପିଲି ବିଧାୟକଙ୍କ ଧର୍ମପତ୍ନୀ ଜାଗୃତି ପଣ୍ଡା ମହାରଥୀ,ପ୍ରାକ୍ତନ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ବୈରାଗୀ ଜେନା,ବର୍ତ୍ତମାନର ଡେ଼ଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସମାଜସେବୀ ପ୍ରଦୀପ ସ୍ବାଇଁ, ସୌଭାଗ୍ୟ ବରାଳ,ରତ୍ନାକର ଜେନା, ଜିତେନ୍ଦ୍ର ପ୍ରଧାନ,ବିକ୍ରମ ମହାପାତ୍ର, ଭାସ୍କର ମହାପାତ୍ର, ବିଜୟ ସାହୁ,ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା,ଶିକ୍ଷୟିତ୍ରୀ ନମ୍ରତା ନାୟକ, କବିତା ପ୍ରଧାନ,ଶିକ୍ଷକ ନେତା ରମେଶ ପ୍ରଧାନ, ରାଜକିଶୋର ପ୍ରଧାନ,ଶିକ୍ଷାବିତ୍ ଗୁରୁ ଚରଣ ବଳ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ସ୍ବାଇଁ, ଶିକ୍ଷକ ଅଭୟ ରଥ, ସୁରେନ୍ଦ୍ର ସାହୁ,ପ୍ରଶାନ୍ତ ଦାସ, ବିଜୟ ବିଶ୍ବାଳ,ଭଗବାନ ସାହୁ, ଶରତ ପ୍ରଧାନ,ଫକିର ଦାସ ଯୋଗ ଦେଇ   ସ୍ବର୍ଗତା ଆତ୍ମାର ସଦଗତି ପାଇଁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସହ ରବିନ୍ଦ୍ର ବେହେରାଙ୍କ ପରିବାର ବର୍ଗଙ୍କ ମଙ୍ଗଳ କାମନା କରିଥିଲେ । ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ସାହିତ୍ୟ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ଆଧ୍ୟାତ୍ମିକ କବିତା ମାଧ୍ୟମରେ ସୁନ୍ଦର ଭାବେ ସତ୍ ସଙ୍ଗ ମଞ୍ଚ ସଂଯୋଜନା ଓ ପରିଚାଳନା କରିଥିଲେ । ରତ୍ନାକର, ସର୍ବେଶ୍ଵର ଓ ଭାଗ୍ୟ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ରବିନ୍ଦ୍ର ବେହେରାଙ୍କ ତରଫରୁ ସମସ୍ତଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରାଯାଇଥିଲା। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୨/୨୦୨୩----୮,୪୫ Sakhigopal News,13/12/2023

ads

Blog Archive

Popular Posts