ads

Breaking News

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ବିଶତ ଜନ୍ମବାର୍ଷିକୀ ଉପଲକ୍ଷେ ଡିଏଭି ଭଞ୍ଜନଗରରେ ୫୧ କୁଣ୍ଡିୟ ଯଜ୍ଞଶାଳା ଅନୁଷ୍ଠିତ




ଭଞ୍ଜନଗର-- ବୁଧବାର ଦିନ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ମହାନ ସମାଜ ସଂସ୍କାରକ ଆର୍ଯ୍ୟ ସମାଜର ଅଗ୍ରଦୂତ ତଥା ପ୍ରାଣ ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ବିଶତ ଜନ୍ମବାର୍ଷିକୀ ଉପଲକ୍ଷେ ୫୧ କୁଣ୍ଡିୟ ଯଜ୍ଞଶାଳା ଅନୁଷ୍ଠିତ ‌ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସ୍ବାମୀ ସୁଧାନନ୍ଦ ସରସ୍ୱତୀଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ କରାଯାଇଥିଲା। ଡିଏଭି ବ୍ରହ୍ମପୁର ବିଦ୍ୟାଳୟର ଅଧ୍ୟକ୍ଷା ଧରାଶ୍ରୀ ପାଢ଼ୀ , ଡିଏଭି ବିଦ୍ୟାଳୟ ନୟାଗଡ଼ର ଅଧ୍ୟକ୍ଷ ଶ୍ରୀ ସରୋଜ ମିଶ୍ର ଅତିଥି ରୂପେ ଯୋଗ ଦେଇଥିଲେ । ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଭଦ୍ରା ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।  ମହର୍ଷି ଦୟାନନ୍ଦ ସରସ୍ୱତୀ, ପଣ୍ଡିତ ଶ୍ରୀଧର ରଥ , ମହର୍ଷି ହଂସରାଜଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୀପ ପ୍ରଜ୍ବଳନ କରାଯାଇଥିଲା।
ବୈଦିକ ରୀତିରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସ୍ବାମୀ ସୁଧାନନ୍ଦ ସରସ୍ୱତୀ ପ୍ରବଚନ ଦେଇଥିଲେ । ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ମାନଙ୍କୁ ଯଜ୍ଞ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ।ଶିକ୍ଷୟିତ୍ରୀ ମୀରା ରାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତି ପାଠ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୨/୨୦୨୩----୭,୧୦ Sakhigopal News,28/12/2023

ads

Blog Archive

Popular Posts