ads

Breaking News

ବକୁଳବନ ମହୋତ୍ସବ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ



ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ବ୍ଳକ ଅନ୍ତର୍ଗତ ନୂଆସୋମୋଶ୍ୱରପୁର  ଗ୍ରାମରେ ବକୁଳବନ ମହୋତ୍ସବ ପକ୍ଷରୁ ଦିବ୍ୟାଙ୍ଗ, ଅସହାୟ ଓ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି, ଲେଖକ ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ ସଂଧ୍ୟାବତୀ ପ୍ରଧାନ, ଭକ୍ତକବି ସଚ୍ଚିକାନ୍ତ ବିଶ୍ୱାଳ, ବକୁଳବନ ମହୋତ୍ସବ କମିଟିର ସଭାପତି ସାଧୁଚରଣ ବେହେରା, ସାକ୍ଷୀଗୋପାଳ ଅତିରିକ୍ତ ପ୍ରାଣୀଚୀକୀତ୍ସା ଅଧିକାରିଣୀ ମୌସୁମୀ ମହାପାତ୍ର ଓ ସମାଜସେବୀ ରୂପକ କୁମାର ବିହାରା ପ୍ରମୁଖ ଯୋଗଦେଇ ମାନବ ସେବା ହିଁ ଗଭବାନଙ୍କ ସେବାଠାରୁ କିଛି ମାତ୍ରରେ କମ ନୁହେଁ ବୋଲି ଅତିଥି ମାନେ କହିଥିଲେ । ସତ୍ୟବାଦୀ ମାଟି ହେଉଛି ସେବାର ମାଟି ବୋଲି ଭକ୍ତକବି ସଚ୍ଚିକାନ୍ତ ବିଶ୍ୱାଳ କହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯଯାତି କେଶରୀ ରାୟ ।ପବିତ୍ର କୁମାର ପରିଡା, ସଚ୍ଚିଦାନନ୍ଦ ମହାନ୍ତି, ଧିରଞ୍ଜନ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଷଲ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୩----୮,୧୦  

 Sakhigopal News, 19/12/2023

ads

Blog Archive

Popular Posts