ads

Breaking News

ଶରତ ପାଇକରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର "ସମ୍ୱନ୍ବିତ କ୍ରୀଡା "ଉତ୍ସବ ଅନୁଷ୍ଠିତ



ଜଟଣୀ --ଅରଗୁଳସ୍ଥିତ ଶରତ ପାଇକରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ନୂଆ ଓଡ଼ିଶା-ଯୁବ ଓଡ଼ିଶା- ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ କ୍ରୀଡ଼ା ଉତ୍ସବ  .୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅରୁଣ କୁମାର ଭୂୟାଁଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଶରତ ପାଇକରାୟଙ୍କ ସୁପୁତ୍ର ସମାଜସେବୀ ଇଂ ସୁରଜ ପାଇକରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ନୋଡ଼ାଲ ଅଫିସର ଅଧ୍ୟାପକ ପ୍ରେମାନନ୍ଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଅଧିକାରୀ ଡ଼ଃ ନିହାର ରଞ୍ଜନ ରାଏ, ଅଧ୍ୟାପକ ସନ୍ତୋଷ କୁମାର ହରିଚନ୍ଦନ, ମୁରଲୀଧର ଜେନା, ପ୍ରଭାକର କୁଣ୍ଡୁ, କ୍ରୀଡ଼ା ଶିକ୍ଷକ ଶଶିକାନ୍ତ ସାମନ୍ତରାୟ, ଅଧ୍ୟାପିକା ସୁସ୍ମିତା ମାନଧାତା, ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ କୃତିବାସ ସାହୁ,ଗୀତାରଣୀ ସ୍ବାଇଁ, ଦ୍ଵାରିକାନାଥ ସେନ ପ୍ରମୁଖ ବିଭିନ୍ନ ବିଭାଗରେ ଭାଗନେଇଥିଲେ । ବାଳକ ଓ ବାଳିକା ପ୍ରତିଯୋଗୀମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା, ସର୍ଟଫୁଟ, ଜାଭଲୀନ,ଲଙ୍ଗଜମ୍ପ, ହାଇଜମ୍ପ ଇତ୍ୟାଦି ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନରେ ସହାୟତା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୨/୨୦୨୩---୮,୫୫ Sakhigopal News,14/12/2023

ads

Blog Archive

Popular Posts