ads

Breaking News

ସାକ୍ଷୀଗୋପିନାଥଙ୍କର ପହିଲି ଭୋଗ ଆରମ୍ଭ



ସାକ୍ଷୀଗୋପାଳ----- ପୁରାଣଶାସ୍ତ ମତ ଅନୁଯାୟୀ ପୁଷ ମାସରେ ବିବାହିତ ଝିଅ ମାନେ ବାପା ଘରକୁ ବୁଲି ଯିବାର ପରମ୍ପରା ରହିଛି । ସେହି ମତ ଅନୁସାରେ  ମା ଲକ୍ଷ୍ମୀଠାକୁରାଣୀ ପୁଷ ମାସରେ ବାପା ଘରକୁ ମଧ୍ୟ ଯାଇଥାନ୍ତି । ଏହି ଅବସରରେ ଧନୁ ସଂକ୍ରାନ୍ତି ଠାରୁ  ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା ଯଶୋଦା ଠାକୁରଙ୍କୁ ଭୋଗ ଅର୍ପଣ କରିଥାନ୍ତି । ବା ଖାଇବାକୁ ଦେଇଥାନ୍ତି । ଏହି ଅବସରରେ ସାକ୍ଷୀଗୋପିନାଥ ଦେବଙ୍କର ପ୍ରତିଦିନ ପରି ନୀତିକାନ୍ତି ହେବା ସହ ଗୋପାଲ ବଲ୍ଲଭ ଧୂପରେ ସ୍ୱତନ୍ତ୍ର ଭାବେ ଚୁଡାଭଜା, ଖଇକୋରା, ପାଚିଲା କଦଳୀ, ଗଜା, ଖୁରୁମା, ଖେଳି, ଆରିସା, ମାଣ୍ଡୁଅ ଆଦି ଶୁଖିଲାଭୋଗ କରାଯାଇଥିଲା । ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶଙ୍କୁଡି ଭୋଗ ନଥିବାରୁ ଏଠାରେ ସମସ୍ତ ଭୋଗ ବିଶେଷ କରି ଗହମରେ ତିଆରି ସହିତ ଛେନା, କ୍ଷୀର, ଲବଣୀ, ବିଭିନ୍ନ ଫଳମୂଳ ସହିତ ଖଇକେରା ଆଦି ଭୋଗ କରାଯାଇଥାଏ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି ।   ଆଜି ହେଉଛି ଧନୁ ସଂକ୍ରାନ୍ତି ସେଥିଯୋଗୁ ବିଭିନ୍ନ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁ ମାନେ ମୁଆଁ କିଣିକି ଭୋଗ କରିଥାନ୍ତି । ସେହିପରି ବିଭିନ୍ନ ମହାଦେବଙ୍କ ମନ୍ଦିର, ସହ ବିଭିନ୍ନ ମଠ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନେ ଧନୁମୁଆଁ ଭୋଗ କରିଥିଲେ । ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁଙ୍କ କୂଳଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ପହିଲି ଭୋଗ ନୀତିକାନ୍ତି ଆରମ୍ଭ ହୋଇଯାଇଛି ।  ସେହିପରି  ସାକ୍ଷୀଗୋପାଳ ବଡ ବଜାର ଗଣେଶ ମଣ୍ଡପରେ ପହିଲିଭୋଗ ପ୍ରସାଦ ଆଜି ଠାରୁ ଛୋଟ ଛୋଟ ପିଲାମାନଙ୍କୁ  ବଣ୍ଟନ କରାଯାଇଛି । ଏହା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୩----୮,୧୦    Sakhigopal News, 16/12/2023

ads

Blog Archive

Popular Posts