ads

Breaking News

ଗୁରିଆ ବାରି ଗ୍ରାମରେ ଥିବା ତ୍ରିନାଥଦେବଙ୍କ ପୀଠରେ ଭାଗବତ ସପ୍ତାଙ୍ଗ ଆରମ୍ଭ



ନୟାଗଡ---- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୋସ୍କା ପଞ୍ଚାୟତର ଗୁରିଆ ବାରି ଗ୍ରାମରେ ଥିବା ତ୍ରିନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଛି ଭାଗବତ ସପ୍ତାଙ୍ଗ କାର୍ଯ୍ୟକ୍ରମ ଆରମ୍ଭହୋଇଛି।  ଏହି କାର୍ଯ୍ୟକ୍ରମ କୁ ଗୁରିଆ ବାରି ,ଗ୍ରାମବାସୀ,ରତାଖଣ୍ଡି ଗ୍ରାମ ବାସୀ,କେନ୍ଦୁପଲି ଗ୍ରାମ ବାସୀ,କୋନ୍ଦୁଆ ପଲି ଗ୍ରାମର ଗ୍ରାମ ବାସୀ ଉପସ୍ଥିତ ରହିଥିଲେ। ଏଥିରେ ପ୍ରତ୍ୟହ ହୋମଯଜ୍ଞ ଓ ସୂର୍ଯ୍ୟ ପୂଜା ଏବଂ ଭାଗବତ ପଠନ ହେଉଅଛି।କାର୍ଯ୍ୟକ୍ରମ ରେ ଗଣିଆବ୍ଲକ ଅନ୍ତର୍ଗତ ଡଙ୍କାରି ଗ୍ରାମର ବ୍ୟାସ ପଣ୍ଡିତ ଯଶୋବନ୍ତ ଶତପଥୀ, କର୍ତ୍ତା ଭାବେ ଗୁରିଆ ବାରିଗ୍ରାମର ସୁରେଶ କୁମାର ସ୍ୱାଇଁ,ପ୍ରଫୁଲ ବାବା, କୃଷ୍ଣ ବାବା, କାଶି ସାରେ,ଗୋଛାବାରି ଗ୍ରାମରମାଧବ ପରିଡା, ପ୍ରମୁଖ ଉପସ୍ଥିତ ରହି ଭାଗବତ ସପ୍ତାଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।ପ୍ରତ୍ୟହ ସକାଳ ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ହେଉଅଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୦/୧୨/୨୦୨୩---୮,୪୫ Sakhigopal News,10/12/2023

ads

Blog Archive

Popular Posts