ads

Breaking News

ଘୁମୁସର ଜିଲ୍ଲା ଘୋଷଣା ଦାବୀ ପତ୍ର ଭି. କେ. ପାଣ୍ଡିଆନଙ୍କୁ ପ୍ରଦାନ



ଭଞ୍ଜନଗର-- ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଦ୍ଵାରା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରୀ ଭି.କେ. ପାଣ୍ଡିଆନ ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷକଙ୍କୁ ସଂଗ୍ରାମ ସମିତି ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଛି। ସମିତି ର ସଭାପତି ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଆବାହକ ଦେବୀ ପ୍ରସାଦ ବିଷୋୟୀ ଘୁମୁସର ଜିଲ୍ଲା ଘୋଷଣା ପାଇଁ ଦାବୀ ପତ୍ର ଶ୍ରୀ  ପାଣ୍ଡିଆନଙ୍କୁ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ସମିତିର କାର୍ଯ୍ୟକାରୀ ସଭାପତି ନିଶାକର ବିଷୋୟୀ, ଉପସଭାପତି ମୂରଲୀଧର ପଣ୍ଡା, ସୁକାନ୍ତ କୁମାର ଦିଗାଲ, ଭଜକିଶୋର ପ୍ରଧାନ, ନୌସାଦ ମହମ୍ମଦ, ବିଦ୍ୟାଧର ପ୍ରଧାନ, ଶିବ କୁମାର ନାୟକ, ଧୀରୋଜ ପଟ୍ଟନାୟକ, ଘୁମୁସର ଯୁବ ବାହିନୀ ମିଡିଆ ସେଲ୍‌ ସଂଗଠନର ବନ୍ଧୁମାନେ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୨/୨୦୨୩----୮,୪୫ Sakhigopal News,18/12/2023

ads

Blog Archive

Popular Posts