ads

Breaking News

ବଣିଆପଲ୍ଲୀ ହରିଜନ ସାହିରେ ଅଗ୍ନିବିପନ୍ନ ପରିବାରଙ୍କୁ ଶୀତବସ୍ତ୍ର ଓ ରାସନ୍ ସାମଗ୍ରୀ ପ୍ରଦାନ


ଭଞ୍ଜନଗର --- ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ପ୍ରତାପପୁର ଗ୍ରାମ ପଞ୍ଚାୟତର ବଣିଆପଲ୍ଲୀ ହରିଜନ ସାହିରେ ଗତ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଣିଆପଲ୍ଲୀର କୁନା ନାଇକ, ଅମର ନାଇକ, ସାମଲ ନାଇକ, ଶୟନ ନାଇକ, ଓ ଉଲାସ ନାଇକ ଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ଙ୍କୁ  ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ନିର୍ଦ୍ଦେଶ କ୍ରମେ ବିଡ଼ିପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଙ୍କ ପ୍ରତିନିଧି ତଥା କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ରଚରଣ ବାରିକ,ପ୍ରତାପୁର ପଞ୍ଚାୟତର ସମିତି ସଭ୍ୟଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ,ସରପଞ୍ଚ ପ୍ରତିନିଧି ଜୀବିତାନନ୍ଦ ନାୟକ,ବିଡ଼ିପୁର ଗ୍ରାମ ପାୟତର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ଙ୍କ ଉପସ୍ଥିତ ରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ତରଫରୁ କମ୍ବଳ, ଲୁଗା, ସାର୍ଟ,ଚୁଡ଼ା, ଚାଉଳ ଓ ଶୁଖିଲା ଖାଦ୍ୟ ଇତ୍ୟାଦି ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ଙ୍କୁ ବଣ୍ଟନ କରିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୨/୨୦୨୩---୮,୫୫ Sakhigopal News,26/12/2023

ads

Blog Archive

Popular Posts