ads

Breaking News

ବ୍ଲକସ୍ତରୀୟ କ୍ରିଡା ଉତ୍ସବ ଉଦଘାଟିତ


    ସାକ୍ଷୀଗୋପାଳ ------  ସତ୍ଯବାଦୀ ବ୍ଲକ ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତାକୁ ମୁଖ୍ଯ ଅତିଥିଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଶନିବାର କୋଟଉପର ପଡ଼ିଆରେ ଅନୁଷ୍ଠିତ କ୍ରୀଡ଼ାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି  ।   ଅହମଦ ପୁର ଗ୍ରାମର ମହିଳା, ପୁରୁଷ ମାନେ ବିଧାୟକଙ୍କୁ  ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ। ଏକ ପଟୁଆର ରେ ବିଧାୟକଙ୍କୁ ଖେଳ ପଡିଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। କ୍ରିଡା ମଶାଲ ଧର ବିଧାୟକ   ଖେଳ ପଡିଆ ରେ ମଶାଲ ସ୍ଥାପନ କରିବା ପରେ କ୍ରିଡା ପତାକା ବିଧାୟକ ଉତ୍ତୋଳନ କରିଥିଲେ  ।  ଏହି ଅବସରରେ ଆୟୋଜିତ ସଭାରେ ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ଅଧ୍ଯକ୍ଷତା କରିଥିଲେ  ।  ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା, ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ୱେତା ନାୟକ ଓ ସହକାରୀ ଯନ୍ତ୍ରୀ ବିଜୟକୁମାର ନନ୍ଦ ଅତିଥି ଭାବେ ଯୋଗଦାନ କରିଥିଲେ  ।   ପାରା ଆଥଲେଟ ଜୟନ୍ତୀ ବେହେରା  ସତ୍ଯବାଦୀର ଗୌରବ ବୃଦ୍ଧି କରିଛନ୍ତି ବୋଲି ବିଧାୟକ କହିଥିଲେ। ଏକାଗ୍ରତା, ଦକ୍ଷତା ଓ ଶିକ୍ଷା ଉପରେ ଧ୍ଯାନ ରଖି ଆଗକୁ ବଢିଲେ  ଯୁବସମାଜ ଜଣେ ଦକ୍ଷତା ଖେଳାଳି  ହୋଇପାରିବ  ବୋଲି ଅତିଥି ମାନେ କହିଥିଲେ। 
 ଏହି ଅବସରରେ କବାଡି, ଖୋ ଖୋ, ଭଲିବଲ, ଫୁଟବଲ, କ୍ରିକେଟ ଆଦି ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୩ ଶହରୁ ଅଧିକ ଟିମ ଏହି ପ୍ରତିଯୋଗିତାରେ  ଅଂଶଗ୍ରହଣ କରିବାକୁ ନାମ ପଞ୍ଜୀକରଣ କରିଛନ୍ତି ବୋଲି ବ୍ଲକ କ୍ରିଡା ସମ୍ପାଦକ ତଥା ଶାରିରୀକ ଶିକ୍ଷା ଶିକ୍ଷକ ସୁଚିତ୍ରା ଖଟେଇ କହିଛନ୍ତି  । ଏହି ଅବସରରେ ଭଲିବଲ ମ୍ଯାଚ ଅତିଥି ମାନେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୨/୨୦୨୩----୧,୧୦ Sakhigopal News,31/12/2023

ads

Blog Archive

Popular Posts