ads

Breaking News

ଓଡ଼ିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ରାତ୍ର ଜଗୁଆଳି ଓ ଝାଡୁଦାର ସଂଘ ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ


  ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ଗୋଡଭଗା ପଞ୍ଚାୟତ ଅଫିସ ପରିସରରେ ଓଡ଼ିଶା ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ରାତ୍ର ଜଗୁଆଳି ଓ ଝାଡୁଦାର ସଂଘର ମିଳିତଭାବେ  ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ସଭାପତି ଧନଞ୍ଜୟ ପଟେଲ ସଭାପତିତ୍ବ କରିଥିଲେ । ଜିଲ୍ଲା ସମ୍ପାଦକ କୈଳାସ ଖୁଣ୍ଟଲି, ଜିଲ୍ଲା ସଂଯୋଜକ ଶ୍ୟାମସୁନ୍ଦର ବରିହା, ଅତାବିରା ବ୍ଲକ ସଭାପତି ଶିବଭକ୍ତ ମେହେର, ସମ୍ପାଦକ ପ୍ରେମାନନ୍ଦ ସେଠ,ଉପସଭାପତି ଶତ୍ରୁଘ୍ନ ବଢ଼େଇ, ସୁନ୍ଦରମଣି ମହାପାତ୍ର ଯୋଗଦେଇଥିଲେ। ଦୀର୍ଘ ଦିନ ଧରି ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଆଠ ଦଫା ଦାବୀ ନେଇ ଓଡିଶା ସରକାରଙ୍କ ନିକଟରେ ଦାବି ହୋଇଆସୁଛି, ଏହାର କୌଣସି ସମାଧାନ ନକରି ସରକାର ଦିନ ଗଡାଇ ଚାଳିଥିବାରୁ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି ଦାବି ଗୁଡିକ ପୂରଣ ନକଲେ, କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଦାବି ଗୁଡିକ ପୁଣି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ପରିଶେଷରେ ସମ୍ପାଦକ କୈଳାସ ଖୁଣ୍ଟଲି ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୨/୨୦୨୩---୮,୪୫ Sakhigopal News,14/12/2023

ads

Blog Archive

Popular Posts