ads

Breaking News

ଦୋକାନ ଆଗରେ ବଡ଼ ବଡ଼ ଉଚ୍ଚର "ପାଇଲିଂ'ପଥର ଗଦାକୁ ନେଇ ଦୋକାନୀ ଅସନ୍ତୋଷ ; ଅଭିଯୋଗ ପରେ ପ୍ରଶାସନ ଚୁପ


    


ଜଟଣୀ --ସ୍ଥାନୀୟ କୁଦିଆରୀ ବଜାରରେ "ସତ୍ୟ ଭାମା ମାର୍କେଟ କମ୍ଲେକ୍ସ "ର ସାମ୍ନାରେ ପଡ଼ିଛି ବ୍ରିଜ ନିର୍ମାଣର ବଡ଼ ବଡ଼ ପାଇଲିଂ ପଥର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦୋକାନୀମାନେ l ସୂଚନା ମୁତାବକ ସହରର ଏକମାତ୍ର ଉଡ଼ନ୍ତା ପୋଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଦା ହୋଇ ପଡିରହିଥିବା ବ୍ରିଜ ନିର୍ମାଣର ପାଇଲିଂ ପଥର ଗୁଡିକ ସ୍ଥାନାନ୍ତରିତ ହୋଇ ନାହିଁ । ଏଥି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦୋକାନୀମାନେ l ସତ୍ୟଭାମା ମାର୍କେଟ କମ୍ପ୍ଲେକ୍ସର ଦୋକାନୀ ଭାଇ ମାନେ ଏହି ପଥର ସ୍ଥାନାନ୍ତରିତ ପାଇଁ ବ୍ରିଜ ନିର୍ମାଣର ମୁଖ୍ୟ ବିରଜା କନଷ୍ଟ୍ରକ୍ସନର ମାଲିକ ତଥା ପୌର ପ୍ରଶାସନର ପୌରାଧକ୍ଷ ଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ l ଏହାକୁ ନେଇ ଚିନ୍ତାରେ ଦୋକାନୀ ଭାଇ l ଦୋକାନ ସମ୍ମୁଖରେ ବଡ଼ ବଡ଼ ଉଚ୍ଚ ପଥର ପଡି ରହିବା ଯୋଗୁଁ ଜନସାଧାରଣ ଙ୍କ ଚକ୍ଷୁ ଆଢୁଆଳରେ ରହୁଥିବା ହେତୁ ଦୋକାନ ଗୃହ ଗୁଡିକ ଦୃଷ୍ଟି ଗୋଚର ଅଭାବରୁ ବେପାର ହାନି ଯୋଗୁଁ ପରିବାର ପ୍ରତିପୋଷଣର ବାଧା ଉପୁଜୁଥିବା ପ୍ରକାଶ କରିଛନ୍ତି ଦୋକାନୀମାନେ l ସ୍ଥାନୀୟ ତହସିଲ ପ୍ରଶାସନ ଓ ପୌର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ଅବରୋଧ ପଥର ଗୁଡିକୁ ସ୍ଥାନାନ୍ତରିତ କଲେ ଦୋକାନୀ  ମାନେ ଉପକୃତ ହେବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୨/୨୦୨୩---୧୧,୨୦ Sakhigopal News,27/12/2023

ads

Blog Archive

Popular Posts