ads

Breaking News

ନୂଆ-ଓ କାର୍ଯ୍ୟକ୍ରମ ପକ୍ଷରୁ ଵୀରରାମଚନ୍ଦ୍ରପୁର ଗ୍ରାମ ରେ ନିଶା ନିବାରଣ ସଚେତନତା ଅଭିଯାନ

 
ସାକ୍ଷୀଗୋପାଳ ------ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ 'ନୂଆ-ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନିକଟସ୍ଥ  ବୀରରାମଚନ୍ଦ୍ର ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜକୁ ଏହି ନିଶା କବଳରୁ ମୁକ୍ତ କରିବା ,ପରିବାରକୁ ଆର୍ଥିକ ଦୁଃଖ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଉଛି ଏହି ନିଶା।ପତି ପତ୍ନୀ ମଧ୍ୟରେ ଦୂରତା ସୃଷ୍ଟି କରୁଛି ଏହି ନିଶା। ପରିଶେଷରେ ନିଶା ହିଁ ଏକ ଯୁବକର ସର୍ବସ୍ବ ଲୁଟିନେଉଛି । ଏହିପରି  ସଚେତନା ର ବାର୍ତ୍ତା ସହ ମହାବିଦ୍ୟାଳୟର  ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ହୃଦୟ ସ୍ପର୍ଶି ନାଟକ  ଶ୍ରୀ ହିମାଂଶୁ ଶେଖର ପତିଙ୍କ ନାଟ୍ୟନିର୍ଦେଶନାରେ ପରିବେଷଣ କରାଯାଇଥିଲା। ମହାବିଦ୍ୟାଳୟର  ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଯୁକ୍ତ ତିନି ନୋଡାଲ ଅଫିସର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ, ଯୁକ୍ତ ଦୁଇ ନୋଡାଲ ଅଫିସର ପ୍ରଫେସର ଧନୁର୍ଦ୍ଧର ମୁଦୁଲି, ଡ଼ଃ ଶଙ୍କର୍ଷଣ ପ୍ରଧାନ ,ପ୍ର. ସ୍ବର୍ଣ୍ଣଲତା ମାହାରୀ, ପ୍ର. ବିଜୟଲଷ୍ମୀ ମିଶ୍ର, ପ୍ର. ଜିତେନ ଦାସ, ପ୍ର. ବିଶ୍ୱନାଥ ଚୁହାଣ, ପ୍ର. ସାର୍ଥକ ମିଶ୍ର, ପ୍ର. ମନୋଜ ମହାକୁଡ଼, ପ୍ର. ଦିପ୍ତିମୟୀ ସାହୁ, ପ୍ର. ମଧୁସ୍ମିତା ସାହୁ,ପ୍ର. ଶ୍ୱେତପଦ୍ମା ମିଶ୍ର, ପ୍ର. ରୋଜାଲିନ ରଥ, ପ୍ର. ଚିନୁବାଳା ପ୍ରଧାନ , ପ୍ର. ରଶ୍ମିତା ପରିଡ଼ା, ଶ୍ରୀଯୁକ୍ତ ମହେଶ୍ୱର ମିଶ୍ର, ଶ୍ରୀଯୁକ୍ତ ବସନ୍ତ କୁମାର ମହାପାତ୍ର , ଶ୍ରୀ ଆକାଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।  କାର୍ଯ୍ୟକ୍ରମର ସଫଳତା ପାଇଁ ମହାବିଦ୍ୟାଳୟର ପୂର୍ବତନ ବଡ଼ବାବୁ ଶ୍ରୀ ରାଜକିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୨/୨୦୨୩---- ୧୦,୩୫ Sakhigopal News 

ads

Blog Archive

Popular Posts