ads

Breaking News

ରେଳବାଇର ସମସ୍ତ ବିଭାଗକୁ ଘରୋଇ କରଣ କରିବା, ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଓ ପୁରୁଣା ପେନସନ ବ୍ୟବସ୍ଥା ଚାଲୁ ଦାବିରେ ଗଣ ଧାରଣା



ଜଟଣୀ -- ରେଳବାଇର ଘରୋଇ କରଣ ବନ୍ଦ କରିବା, ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡିକରେ ବେକାରୀ ମାନଙ୍କୁ ନିଯୁକ୍ତି ଓ ପୁରୁଣା ପେନସନ ବ୍ୟବସ୍ଥା ଚାଲୁ କରିବା ଦାବିରେ ସି. ଆଇ. ଟି. ୟୁ ଓ ରେଳବାଇ କର୍ମଚାରୀ ସଂଘଠନ ପକ୍ଷରୁ ମିଳିତ ଗଣଧାରଣା ଖୋର୍ଦ୍ଧା ରୋଡ଼ ଡି. ଆର. ଏମ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଧାରଣା ସଭାରେ ଶ୍ରମିକ ନେତା ନିରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ l ଏଥିରେ ସର୍ବଭାରତୀୟ ଲୋକ ରଂନିଙ୍ଗ କର୍ମଚାରୀ ଓ ଏସ. ସି. ଏନ. ର କୋର୍ଡିନେଟର କମିଟିର ଆବାହକ ସର୍ବଭାରତୀୟ ନେତା ତାପସ ଛୋଟରାୟ ପ୍ରମ୍ମୁଖ ବର୍ତ୍ତମାନର କେନ୍ଦ୍ର ସରକାର କିପରି ରେଳବାଇର ବିଭିନ୍ନ ବିଭାଗକୁ ଘରୋଇ କରଣ କରିବା ଫଳରେ ଏହାର କୁ ପରିଣାମ  କେବଳ ରେଳ କର୍ମଚାରୀ ନୁହେଁ ସାଧାରଣ ଜନତାଙ୍କ ଉପରେ ପଡୁଛି କହି ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଆଗାମୀ ଦିନରେ ରେଳବାଇକୁ ରକ୍ଷା କରିବାକୁ ରେଳ କର୍ମଚାରୀ, ଠିକା ଶ୍ରମିକ ଠାରୁ ଆରମ୍ଭ କରି ସମସ୍ତ ଦେଶ ବାସୀଙ୍କୁ ପ୍ରତିବାଦ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦିଆଯାଇଥିଲା l ଘରୋଇ କରଣ ବନ୍ଦ କରିବା ସହ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକ ମାନଙ୍କର ବିଭିନ୍ନ ୧0 ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳବାଇ ବୋର୍ଡର ଚେୟାରମ୍ୟାନଙ୍କୁ ପୂର୍ବତଟ ରେଳବାଇ ପ୍ରବନ୍ଧକଙ୍କ ଜରିଆରେ ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ରେଳବାଇ ଘରୋଇ କରଣ ବିରୁଦ୍ଧରେ ଆନ୍ଦୋଳନକୁ ଜୋରଦାର  କରିବାକୁ ଘୋଷଣା କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୨/୨୦୨୩----୧୦,୪୫ Sakhigopal News,27/12/2023

ads

Blog Archive

Popular Posts