ads

Breaking News

ନୂଆ-ଓ ପକ୍ଷରୁ ସାମାଜିକ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ

 


ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ନୂଆ- ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ସହିତ ସାକ୍ଷୀଗୋପାଳ ମନ୍ଦିର ସଫେିଇ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟଶିବ ସୁନ୍ଦର ମିଶ୍ରଙ୍କ ତତ୍ୱବଧାନରେ ମହାବିଦ୍ୟାଳୟ ପରିସରରୁ ଡ୍ରିଗୀ ବିଭାଗର ଛାତ୍ର ଛାତ୍ରୀ ମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକଡ ଧରି ମନ୍ଦିର ବାଇପାସ ରାସ୍ତାର  ଅହମଦପୁର, ବାସୁକେରା ଗ୍ରାମ ଦେଇ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଏକ ସଚେତନତା ଶୋଭାଯାତ୍ରା ପହଞ୍ଚିଥିଲା । ସେଠାରେ ମନ୍ଦିରର ସିଂହଦ୍ୱାର ନିକଟ, ମନ୍ଦିର ପରିସର ଓ ମନ୍ଦିର ଚତୁପାଶ୍ୱର୍ ସଫେଇ କରାଯାଇଥିଲା । ଏଥିରେ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ଫଫେସର ଧନୁର୍ଦ୍ଦର ମୁଦୁଲିଙ୍କ ନେତ୍ୱତୃରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ପଫେସର ଚନ୍ଦ୍ରଶେଖର ତ୍ରିପାଠୀ, ଅଧ୍ୟାପକ ବିଶ୍ୱନାଥ ଚୁହାଣ, ସାର୍ଥକ ମିଶ୍ରଙ୍କ ସହିତ ମହାବିଦ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୩----୭,୨୦   Sakhigopal News, 22/12/2023

ads

Blog Archive

Popular Posts