ads

Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂଆ ଓ ,ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ



ଭଞ୍ଜନଗର--ଶୁକ୍ରବାର  ସାବିତ୍ରୀ ମହିଳା ମହାବିଦ୍ୟାଳୟରେ  ନୂଆ- ଓ  ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲା  ପରିଷଦ  ଅଧ୍ୟକ୍ଷା  ଅଞ୍ଜଳି ସ୍ଵାଇଁଙ୍କ ଦ୍ଵାରା  ହୋଇଯାଇଛି। ଏଥିରେ  ସେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ରାଜଲକ୍ଷ୍ମୀ ପ୍ରଧାନ ଉପ ଅଧ୍ୟକ୍ଷା , ବିଶ୍ନୁ ପ୍ରିୟା ସେଠି ସିଡିପିଓ, ଶୁଭଶ୍ରୀ ଦାସ ଉପ ଅଧ୍ୟକ୍ଷା  ଭଞ୍ଜନଗର ପଞ୍ଚାୟତ ସମିତି, ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମହାବିଦ୍ୟାଳୟ ପରିଚାଳନ  କମିଟି ସଭାପତି ମହୋଦୟ ଓ ମହାବିଦ୍ୟାଳୟର ଅଧ୍ଯକ୍ଷ ଡ ସୁଶାନ୍ତ କୁମାର ମଲ୍ଲିକ ଆଦି ଉପସ୍ଥିତ ଥିଲେ।  ଅଧ୍ୟାପିକା ସୁପ୍ରଭା ବେହେରା ସ୍ଵାଗତ ଭାଷଣ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ସଫଳ କରେଇବାକୁ ଅତିଥି ମାନେ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହା ଆସନ୍ତା 23 ତାରିଖ ଯାଏଁ  ଚାଲିବ ଯାହା ଅଧ୍ୟକ୍ଷ ଡ ମଲ୍ଲିକ ସୂଚନା ଦେଇଛନ୍ତି । ନବୀନ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଓ ଛାତ୍ରୀ ମାନଙ୍କ ପାଠ ପଢା ସହ କ୍ରୀଡା,ସଂସ୍କୃତ ଓ ସାମାଜ ସେବା 
ପ୍ରତି ରୁଚି ବଢିବା ସଙ୍ଗେ ସଙ୍ଗେ ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ କ୍ଷେତ୍ରରେ  ନିହାତି ସହଯୋଗ କରିବ ବୋଲି ଅଧ୍ୟକ୍ଷ କହିଛନ୍ତି। ଶେଷରେ ନୋଡାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୁଵାସିନୀ ଦେବୀ, ଉର୍ମିଲା ପାଟ୍ଟଯୋଶୀ, ହେମଲତା  ଭୋଇ, ମୋନାଲିସା  ସାହୁ, ଶ୍ରେୟ ପ୍ରଧାନ, ସନ୍ଧ୍ୟା ରାଣୀ ପ୍ରଧାନ, ରଶ୍ମିତା ବେହେରା ଓ ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ,ପିୟୁଷ ସ୍ୱାଇଁ, ପଙ୍କଜ ଦାସ,ଅରବିନ୍ଦ ଦାସ, ଅମୂଲ୍ୟ ଶତପଥୀ ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୨/୨୦୨୩---୮,୫୦ Sakhigopal News,15/12/2023

ads

Blog Archive

Popular Posts