ads

Breaking News

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ



ଭଞ୍ଜନଗର-ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆଜକୁ ଏକ ମାସ ଧରି ଚାଲିଥିବା ନୂଆ ଓ,  ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଶନିବାର ସଂନ୍ଧ୍ଯାରେ ଉଦଯାପିତ ହୋଇଯାଇଛି।  ଆୟୋଜିତ ଉତ୍ସବରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ବିଭିନ୍ନ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ସରକାର ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆୟୋଜନ କରିଛନ୍ତି। ଆଗାମୀ ବର୍ଷ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଲେଜରେ ନୁତନ କ୍ୟାଣ୍ଟିନ୍,  ଛାତ୍ରୀ ନିବାସ ଖୋଲାଯିବ। କ୍ରୀଡା ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ।  ଖେଳକୁଦ ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହାକୁ କମ୍ ଦିନ ମଧ୍ୟରେ ପୂରଣ କରାଯିବ। ସରକାର ସାଢେ ୨ କୋଟି ଟଙ୍କା ନୁତନ କୋଠା ନିର୍ମାଣ ପାଇଁ ଦେଇଛନ୍ତି।  ଆଗାମୀ ଦିନରେ ଛାତ୍ରୀ ଛାତ୍ର ମାନଙ୍କ ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ।  ଯୁକ୍ତ ୩ କ୍ରୀଡା ବାଳକ ବିଭାଗରେ ଗଣ ଯୋଗାଯୋଗ ବିଭାଗ ଛାତ୍ର ନବୀନ ସ୍ୱାଇଁ ଚମ୍ପିୟନ ହୋଇଥିବା ବେଳେ ବାଳିକା ବିଭାଗରେ ଓଡ଼ିଆ ଛାତ୍ରୀ ଇତିଶ୍ରୀ ସ୍ୱାଇଁ ଚମ୍ପିୟନ ହୋଇଛନ୍ତି। ସେହିଭଳି ଯୁକ୍ତ ୨ ବାଳକ ବିଭାଗରେ ଯୁକ୍ତ ୨ କଳା ଦ୍ଵିତୀୟ ବର୍ଷ ଛାତ୍ର ଜଗନ୍ନାଥ ପାତ୍ର ଚମ୍ପିୟନ ହୋଇଥିବାବେଳେ ବାଳିକା ବିଭାଗରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ରୀ ସନ୍ତୋଷିନି ପ୍ରଧାନ, ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ କ୍ରିଷ୍ଣା ପରିଡା ଯୁଗ୍ମ ଚମ୍ପିୟାନ୍ ହୋଇଛି। ଆୟୋଜିତ ଉତ୍ସବରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଏନ୍ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପରିଚାଳନା କମିଟି ସଭ୍ୟ ମନୋଜ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଅଧ୍ୟାପିକା ଶେଫାଳି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୂଳ ପାଣି ସତପଥୀ ସଭାକୁ ସଂଯୋଜନା କରିଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ମରଣିକା ପାଢି, ସୁନିତା ଖଣ୍ଡୁଆଳ,ସସ୍ମିତା ଦାସ, ବିସ୍ମିତା ଛତର, ଜ୍ୟୋତି ରାଣୀ ଗୁପ୍ତା,ପୂଜା ଦାସ, ମନ୍ଦାକିନୀ ପଣ୍ଡା ,ରାଜଶ୍ରୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ନୋଡାଲ ଅଫିସର ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ପ୍ରାଧ୍ୟାପକ ବିଭାସ ଦାସ, ଆମାଶ ପାଟମାଝୀ, ଅମିୟ ରଞ୍ଜନ ପଣ୍ଡା, ସନାତନ ବେହେରା, ସୁନୀଲ ଦାସ, ହରିଶ ଭଟର, ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।  ଅଧ୍ୟାପକ ଡଃ ରବିନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୩---୯,୧୦ Sakhigopal News,31/12/2023

ads

Blog Archive

Popular Posts